• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ରାସନକାର୍ଡ ଫେରାନ୍ତୁ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

by Voice of Victims
January 23, 2025
in ମୁଖ୍ୟ ଖବର, ରାଜ୍ୟ
୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ରାସନକାର୍ଡ ଫେରାନ୍ତୁ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ୱର : ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାନୁଆରୀ ୩୧ରେ ଇ କେୱାଇସି ଶେଷ ହେବ । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ତେବେ ଏନେଇ ଆଜି ପୁଣି ଲୋକଙ୍କୁ ଚେତାଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତା ପୂର୍ବରୁ ସରେଣ୍ଡର କଲେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍‌ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ପ୍ରାୟ ୪୧ ଲକ୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଇକେଓ୍ବାଇସି କରିନାହାନ୍ତି । ଏହା ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ, କେତେ ଭୂତ ରାସନକାର୍ଡଧାରୀ ରହିଛନ୍ତି ।

Post Views: 65
Tags: E-QBC submission ends on 31st
Share199Tweet124Send
Voice of Victims

Voice of Victims

Recent Posts

  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା
  • ଟ୍ବିନ ସିଟିରେ ଲଗାଣ ବର୍ଷା, ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ
  • ହରୀପ୍ରୀୟା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପାଳିତ ହେଲା ସ୍ୱାଧୀନତା ଦିବସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In