• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମଙ୍ଗଳବାରଠୁ ୨ ଦିନିଆ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌

by Voice of Victims
January 27, 2025
in ମୁଖ୍ୟ ଖବର, ରାଜ୍ୟ
ମଙ୍ଗଳବାରଠୁ ୨ ଦିନିଆ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌

ଭୁବନେଶ୍ୱର: ମଙ୍ଗଳବାରଠୁ ୨ ଦିନ ବ୍ୟାପି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି  ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ । ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କାର୍ୟ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ତାରିଖ ପୂର୍ବାହ୍ନରେ ଉଦ୍‌ଘାଟନ କରିବେ । ଏହି  ଅବସରରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ  ଓରାମ, ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ ।  କାର୍ୟ୍ୟକ୍ରମରେ ୭୫୦୦ରୁ ଊଦ୍ଧ୍ୱର୍ ଶିଳ୍ପ କ୍ଷେତ୍ରର  ପ୍ରତିନିଧି, ୧୦୦ରୁ ଊଦ୍ଧ୍ୱର୍ ଅନ୍ତର୍ଜାତୀୟ ପ୍ରତିନିଧି ଯୋଗ ଦେବେ । ସେହିଭଳି ୨୦ଦେଶର କୁଟନୀତିଜ୍ଞ ମାନେ କାର୍ୟ୍ୟକ୍ରମରେ ସାମିଲ ହେବେ। ସହଯୋଗୀ ଦେଶ ଭାବେ ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ମାଲେସିଆ ଆଲୋଚନା ଏବଂ ସହଯୋଗିତା ବୃଦ୍ଧି ଦିଗରେ କାର୍ୟ୍ୟ କରିବେ। ଷ୍ଟାର୍ଟଅପ୍‌ ଓଡ଼ିଶା, ସ୍କିଲ ଇନ୍‌ ଓଡ଼ିଶା, ସୁଭଦ୍ରା  ଦ୍ୱାରା ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା, ସିଇଓ ରାଉଣ୍ଡଟେବୁଲ, ମହିଳା ନେତୃତ୍ୱ ରାଉଣ୍ଡଟେବୁଲ,  ଏଡିଟର୍ସ ରାଉଣ୍ଡଟେବୁଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ୧୫୦ ପ୍ରଦର୍ଶନକାରୀ ସେମାନଙ୍କଉତ୍ପାଦ ଏବଂ ସମାଧାନକୁ ପ୍ରଦର୍ଶିତ  କରିବେ । ଏହି ଏକ୍ସପୋ ୩୦ ଜାନୁଆରିରେ  ସାଧାରଣ ଲୋକଙ୍କ ଲାଗି ଖୋଲା ରହିବ । ଓଡ଼ିଶା  ଡ୍ୟାନ୍ସ ଏକାଡେମି ପକ୍ଷରୁ ଓଡ଼ିଶାର ସମୃଦ୍ଧ  ସାଂସ୍କୃତିକ କଳାକୁ ପ୍ରଦର୍ଶନ କରିବେ ନୃତ୍ୟଶିଳ୍ପୀ । ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କାର୍ୟ୍ୟକ୍ରମରେ ୧୦୦  ଏମ୍‌ଓୟୁ ୫ ଲକ୍ଷ କୋଟିର ନିବେଶ ଆକୃଷ୍ଟ  କରିବା ଲକ୍ଷ୍ୟ ରଖିଛି । ନୂଆ ସରକାର ଶିଳ୍ପ  ଗୁଡିକର କାର୍ୟ୍ୟାନ୍ୱୟନକୁ ଏବେ ଗୁରୁତ୍ୱ  ଦେଉଛନ୍ତି। ଏହି ଆଧାରରେ ଚୌହ୍ୱାରରେ ୱେଲସ୍ପନ ୟୁନିଟ ଶୀଘ୍ର କାର୍ୟ୍ୟକ୍ଷମ କରିବା ଦିଗରେ କାର୍ୟ୍ୟକ୍ଷମ ହେଉଛି । ସେହିଭଳି କେନ୍ଦୁଝରେ ପୋେସ୍କୋର ସ୍ଥାପନା ଏବଂ ରାଜ୍ୟରେ ଜେଏସ୍‌ଡବ୍ଲ୍ୟୁର ୟୁନିଟ କାର୍ୟ୍ୟ  ଆଗକୁ ବଢ଼ାଇବା ଦିଗରେ ପ୍ରୟାସ ହୋଇଛି ।  

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In