ଭୁବନେଶ୍ବର (ଭିଓଭି): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ବିଜେବି ଷ୍ଟଡ଼ି ସେଣ୍ଟର ୨୦୨୦ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଗତ ରବିବାର ଦିନ ହୀରାପୁରରେ ଥିବା ଚଉଷଠି ଯୋଗିନୀ ମନ୍ଦିର ନିକଟସ୍ଥ ସୁଦର୍ଶନ ଦାରୁ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରି ସମସ୍ତେ ଏକାଠି ହୋଇ ପରସ୍ପରର ସୁଖ-ଦୁଃଖ ବାଣ୍ଟିଥିଲେ। ବର୍ତ୍ତମାନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ସମସ୍ୟାର କିପରି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଆଲୁମିନି ଗ୍ରୁପ ପକ୍ଷରୁ କିପରି ଭାବରେ ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମ କରି ହେବ ତାହାର ରୂପରେଖ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବ୍ୟୋମକେଶ ମିଶ୍ରଙ୍କ ସୁମଧୁର ସଂଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଆଲୁମିନି ଗ୍ରୁପର ସଦସ୍ୟ କମଳ କୁମାର ଧଳ, ଶିବାଶିଷ ଗୌତମ, ରଣଜିତ ପଟ୍ଟନାୟକ, ରତ୍ନାକର ମହାମାନସିଂ, ପ୍ରକାଶ ନନ୍ଦ ଏବଂ ସଂଜୀବ ମିଶ୍ର ପରିଚାଳନା କରିଥିଲେ।
