• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସନ୍ତାକାଲିଠୁ ଖଣ୍ଡଗିରି କୁମ୍ଭମେଳା

by Voice of Victims
February 3, 2025
in ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲିଠୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦୋବସ୍ତ ହୋଇଛି। ୪ ତାରିଖ ଭୋର୍‌ରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଆସି ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ସେମାନଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି। ଜମିଲାଣି ଖଣ୍ଡଗିରିରେ ଲୋକଙ୍କ ସମାଗମ।ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥମାନେ ୯ଦିନ ଧରି ଯଜ୍ଞ କରିବେ। ୯ଦିନ ପର୍ୟ୍ୟନ୍ତ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ।  ପରମ୍ପରାସ୍ୱରୂପ ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଖିରି ଖାଇବେ। ଏହାପରେ ସୂର୍ୟ୍ୟ ଅଗ୍ନି ନେଇ ଆସି କୁମ୍ଭମେଳା ପାଇଁ ଧୂନି ସ୍ଥାପନ କରିବେ। ଏଥିପାଇଁ ଚଳିତ ବର୍ଷ ୧ହଜାର ସାଧୁସନ୍ଥ ଆସିବାର ଯୋଜନା ରହିଥିବା ବେଳେ ଅନେକ ସାଧୁସନ୍ଥ ପହଞ୍ଚି ସାରିଲେଣି। କିଏ ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଏହା ସହିତ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ବ୍ୟବସ୍ଥା, ଶ୍ରୀ ହନୁମାନଜୀଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା, ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ଲାଗି ବ୍ୟବସ୍ଥା ସହ ରାମଚରିତ ମାନସ ଓ ହନୁମାନ ଚାଳିଶା କରାଯିବ। ସେହିପରି ୯ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଉଥିବା ବିଭିନ୍ନ ସେବା ଆଶ୍ରମର ବାବାମାନେ କହିଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଲଳିତ କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ। ଏବେସୁଦ୍ଧା ଓଡ଼ିଶା, ହରିଦ୍ୱାର, ଗୁଜୁରାଟ ଏବଂ ଝାନ୍ସିରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବା ଆସି ପହଞ୍ଚିଛନ୍ତି।

Post Views: 54
Share200Tweet125Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In