• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବାରବାଟୀରେ ଟିକେଟ ପାଇଁ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି, ଭିଡ଼ ନିୟନ୍ତ୍ରଣ ପାଇଁ ଡିସିପି ନାକେଦମ

by Voice of Victims
February 5, 2025
in ମୁଖ୍ୟ ଖବର, ରାଜ୍ୟ
ବାରବାଟୀରେ ଟିକେଟ ପାଇଁ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି, ଭିଡ଼ ନିୟନ୍ତ୍ରଣ ପାଇଁ ଡିସିପି ନାକେଦମ

ଭୁବନେଶ୍ବର : ବାବାଟୀରେ ଟିକେଟ ପାଇଁ ଠେଲାପେଲା । ଟିକେଟ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି ଉପୁଜୁଛି । ବାରିକେଡ ଉପରେ ଚଢ଼ିଲେ ଟିକେଟ ଆଶାୟୀ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିଜେ କଟକ ଡିସିପି ଜଗମୋହନ ମୀନା ଧାଡ଼ି ବାଟରେ ରହି ଭିଡ କରୁଥିବା ଜନସାଧାରଣଙ୍କୁ ବାହାରକୁ ନେଇ ଯାଉଛନ୍ତି ।  ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ ।  କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି । ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ । ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି । ସେହିପରି ଟିକେଟ କଳା ବଜାରୀ ଉପରେ ନଜର ରଖାଯାଇଛି। ଆଜି ଓ କାଲି ଦୁଇଦିନ କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଟିକେଟ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଅଧିକାଂଶ ମହିଳା ଟିକେଟ ପାଇଁ ଲାଇନରେ ଠିଆ ହୋଇଥିଲେ ବି ଜାଣୁନାହାନ୍ତି କାହା ସହ କାହାର ମ୍ୟାଚ ରହିଛି। ତଥାପି ଲାଇନରେ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ କେତେଜଣ ପ୍ରକୃତ କ୍ରିକେଟପ୍ରେମୀ ବା ଖେଳ ଦେଖିବାକୁ ଆଗ୍ରହୀ ତାହାକୁ ନେଇ ପ୍ରଶ୍ନ ଉଠିଛି । ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି । 

Post Views: 45
Tags: Squatting in front of ticket counter at Babati
Share199Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In