• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୨୦୨୪ ନଭେମ୍ବରରେ ହୋଇଥିବା ସର୍ବଶେଷ ଗଣନା: ଓଡ଼ିଶାରେ ହାତୀ ସଂଖ୍ୟା ୨୧୦୩

by Voice of Victims
February 19, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୦୨୪ ନଭେମ୍ବରରେ ହୋଇଥିବା ସର୍ବଶେଷ ଗଣନା: ଓଡ଼ିଶାରେ ହାତୀ ସଂଖ୍ୟା ୨୧୦୩

ଭୁବନେଶ୍ୱର : ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ (ସର୍ବଶେଷ ଗଣନା) ଓଡ଼ିଶାରେ ବର୍ତ୍ତମାନ ୨୧୦୩ଟି ହାତୀ ଥିବାର ଗଣନା କରାଯାଇଛି। ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ, କଟକ ଜିଲ୍ଲାରେ ୧୩୨, ଖୋର୍ଦ୍ଧା ଜିଲ୍ଲାରେ ୮୩, ଢେଙ୍କାନାଳ ଜିଲ୍ଲାରେ ୨୯୧, ନୟାଗଡ଼ ଜିଲ୍ଲାରେ ୫୬, ବାଲେଶ୍ୱର ଜିଲ୍ଲାରେ ୫୪, କେନ୍ଦୁଝର ଜିଲ୍ଲାରେ ୧୯୫, ମୟୁରଭଞ୍ଜ ଜିଲ୍ଲାରେ ୨୯୫, ଗଞ୍ଜାମ ଜିଲ୍ଲାରେ ୯୩, ଗଜପତି ଜିଲ୍ଲାରେ ୯, କନ୍ଧମାଳ ଜିଲ୍ଲାରେ ୫୪, ବୌଦ୍ଧ ଜିଲ୍ଲାରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ ୩, ବଲାଙ୍ଗିର ଜିଲ୍ଲାରେ ୪୨, ସମ୍ବଲପୁର ଜିଲ୍ଲାରେ ୧୪୦, କଳାହାଣ୍ଡି ଜିଲ୍ଲାରେ ୯୫, ସୁନ୍ଦରଗଡ଼ ଜିଲ୍ଲାରେ ୧୭୯, ଝାରସୁଗୁଡ଼ା ଜିଲ୍ଲାରେ ୧, ଦେଓଗଡ଼ ଜିଲ୍ଲାରେ ୧୦୭, ବରଗଡ଼ ଜିଲ୍ଲାରେ ୩ ଏବଂ ରାୟଗଡ଼ା ଜିଲ୍ଲାରେ ୧ ହାତୀ ଥିବାର ଗଣନାରୁ ଜଣାପଡିଛି। ରାଜ୍ୟରେ ବର୍ଷକରେ ହାରାହାରି ୮୧ ହାତୀଙ୍କର ମୃତ୍ୟୁ ହେଉଛି (ବିଗତ ତିନି ବର୍ଷର ତଥ୍ୟ ଆଧାରରେ)। ତେବେ ଶିକାର, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ବିଭିନ୍ନ ପ୍ରକାର ରୋଗ, ଲୋକମାନଙ୍କର ପ୍ରତିଶୋଧ ମନୋଭାବ ଏବଂ ଅନ୍ୟାନ୍ୟ ପ୍ରାକୃତିକ କାରଣ ଯଥା: କଳହ, ପାହାଡ଼ରୁ ପଡ଼ି, ଦଳିହୋଇ, ବୟସାଧିକ ଆଦି କାରଣ ମୃତ୍ୟୁର କାରଣ ହେଉଛି। ହାତୀମାନେ ଖାଦ୍ୟର ସନ୍ଧାନରେ ଜଙ୍ଗଲରୁ ଜଙ୍ଗଲକୁ ଘୁରି ବୁଲୁଥାନ୍ତି। ବେଳେବେଳେ ସେମାନେ ଗ୍ରାମ ମଧ୍ୟକୁ ପଶି ଆସିଥାନ୍ତି ଯାହା ଫଳରେ ହାତୀ ଓ ମଣିଷମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ ଏବଂ ତାହାର ପ୍ରତିକାର ପାଇଁ ସରକାର ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲରେ ହାତୀଙ୍କର ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଦ୍ୱାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ, ସଚେତନତା ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଫସଲ, ଫଳ ଉଦ୍ୟାନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଅଧିକ ଉପଦ୍ରବ ପ୍ରବଣ ଗ୍ରାମଗୁଡ଼ିକରେ ‘ଜନ ସୁରକ୍ଷା ଓ ଗଜ ରକ୍ଷା’ ନାମରେ ଏକ ଯୋଜନା ପ୍ରଣୟନ କରାଯାଇଛି ଯେଉଁଥିରେ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ସୌର ତାରବାଡ଼ ସ୍ଥାପନ କରିବା ପାଇଁ ସରକାରଙ୍କ ତରଫରୁ ରିହାତିର ବ୍ୟବସ୍ଥା କରାଯାଇଅଛି। ହାତୀ ନିରୋଧକ ଟ୍ରେଞ୍ଚ୍‌ମାନ ଖୋଳାଯାଇ ହାତୀମାନଙ୍କ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯାଇଛି। ବନ ସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟି ମାଧ୍ୟମରେ ହାତୀ ଉପଦ୍ରବ ଦୃଷ୍ଟିରୁ ସମ୍ବେଦନଶୀଳ ଗ୍ରାମମାନଙ୍କରେ ‘ଗଜସାଥୀ’ ନାମକ ସ୍ୱେଚ୍ଛାସେବୀ ଚିହ୍ନଟ କରାଯାଇ ସେହି ଗ୍ରାମବାସୀଙ୍କୁ ହାତୀ ଚଳାଚଳ ସମ୍ପର୍କରେ ସତର୍କ ସୂଚନା ପ୍ରଦାନ କରାଯାଉଛି । ବନ୍ୟପ୍ରାଣୀ ଉପଦ୍ରବ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଉପଦ୍ରବ ଜନିତ କ୍ଷୟକ୍ଷତି ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ସହାୟତା ରାଶି ତ୍ୱରିତ ପ୍ରଦାନ ପାଇଁ ‘ଅନୁକମ୍ପା’ ନାମକ ଏକ ସରଳ ଏବଂ ସହଜ ବ୍ୟବହାରକାରୀ ପୋର୍ଟାଲ୍‌ର ପ୍ରଚଳନ କରାଯାଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

Post Views: 51
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In