• About Us
  • Contact Us
Sunday, September 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଣିକି ସୋମବାର ‘No Meeting Day’, ଜରୁରୀ ନଥିଲେ ହେବନି ସରକାରୀ ବୈଠକ

by Voice of Victims
September 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏଣିକି ସୋମବାର ‘No Meeting Day’, ଜରୁରୀ ନଥିଲେ ହେବନି ସରକାରୀ ବୈଠକ

ଭୁବନେଶ୍ୱର: ଏଣିକି ସୋମବାର ‘No Meeting Day’। ଜରୁରୀ ନଥିଲେ ହେବନି ସରକାରୀ ବୈଠକ । ଏଣିକି ସୋମବାର ସରକାରୀ କାର୍ଯ୍ୟାଳୟରେ ଅଯଥା ବୈଠକ ହେବନି । ପ୍ରତି ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ ଜରୁରୀ ପରିସ୍ଥିତି ବ୍ୟତୀତ ସୋମବାର କୌଣସି ବୈଠକ ନରଖିବାକୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି ହୋଇଛି ।

ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ନିର୍ଦ୍ଦେଶ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ସୋମବାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସାପ୍ତାହିକ ଜନଅଭିଯୋଗ ଶୁଣାଣି ହେଉଛି । ଏହି ସମୟରେ ସାଧାରଣ ଲୋକେ ନିଜର ଅଭିଯୋଗ ଓ ସମସ୍ୟା ନେଇ ଅଧିକାରୀଙ୍କ ନିକଟକୁ ଆସୁଛନ୍ତି । ତେଣୁ ଏହି ଦିନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

କିନ୍ତୁ ସରକାରଙ୍କ ନଜରକୁ ଆସିଛି ଯେ ସୋମବାର ଦିନ ମଧ୍ୟ ଉଚ୍ଚ ପଦାଧିକାରୀଙ୍କ ସ୍ତରରେ ବିଭିନ୍ନ ବୈଠକ ରଖାଯାଉଛି । ଏହାଦ୍ୱାରା ବରିଷ୍ଠ ଅଧିକାରୀମାନେ ସାପ୍ତାହିକ ଅଭିଯୋଗ ଶୁଣାଣିରେ ଠିକ୍ ଭାବେ ଯୋଗଦେଇ ପାରୁନାହାନ୍ତି ଏବଂ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସୋମବାରକୁ ‘No Meeting Day’ ଘୋଷଣା କରାଯାଇଛି ।

ଅତ୍ୟନ୍ତ ଜରୁରୀ କାରଣ ନଥିଲେ ସେହିଦିନ କୌଣସି ପ୍ରକାର ବୈଠକ ନରଖିବାକୁ ସ୍ପଷ୍ଟ ଭାବେ କୁହାଯାଇଛି । ଏହାଦ୍ୱାରା ଉଚ୍ଚ ପଦାଧିକାରୀମାନେ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିପାରିବେ। ସେହିପରି ଏହି ନିର୍ଦ୍ଦେଶକୁ ଅଧସ୍ତନ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପାଳନ କରାଇବାକୁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ କୁହାଯାଇଛି । ସରକାର ଏହି ନିର୍ଦ୍ଦେଶକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଗ୍ରହଣ କରିବାକୁ କହିଛନ୍ତି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଏଣିକି ସୋମବାର ‘No Meeting Day’, ଜରୁରୀ ନଥିଲେ ହେବନି ସରକାରୀ ବୈଠକ
  • ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ
  • ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ
  • ନେପାଳ-ତିବ୍ଦତ ସୀମାରେ ହିମସ୍ଖଳନ, ୧୦ ଜଣ ନିଖୋଜ
  • ଦକ୍ଷିଣ ଆଫ୍ରିକାରେ ଭୟଙ୍କର ଗୁଳିମାଡ଼, ୧୭ ମୃତ, ଅନେକ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In