• About Us
  • Contact Us
Monday, February 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଚଳିତ ବର୍ଷରେ ଅନ୍ୟୁନ 85 ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ

by Voice of Victims
February 27, 2025
in ମୁଖ୍ୟ ଖବର, ରାଜ୍ୟ
ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଚଳିତ ବର୍ଷରେ ଅନ୍ୟୁନ 85 ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (2024-25) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ 85 ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । 2023-24 ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର 81 ପ୍ରତିଶତ ଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସଂପୂର୍ଣ୍ଣ ବଜେଟ ସେପ୍ଟେମ୍ୱର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି । ତେବେ ଆଉ ଯେଉଁ ଗୋଟିଏ ମାସ ସମୟ ରହିଲା, ତାକୁ ସଂପୂର୍ଣ୍ଣ ଉପଯୋଗ କରି ବଜେଟର ଅନ୍ୟୁନ 85 ପ୍ରତିଶତ ଖର୍ଚ୍ଚ କରିବାକୁ ସେ କହିଥିଲେ। ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଭାଗୀୟ ମନ୍ତ୍ରୀ ମାନେ ଯେଉଁସବୁ ଖର୍ଚ୍ଚ ପ୍ରସ୍ତାବ ଅଛି (Expenditure Proposal), ତାକୁ ତୁରନ୍ତ ଅନୁଧ୍ୟାନ କରି ଆବଶ୍ୟକ ଅନୁମୋଦନ କରିବା ଉଚିତ । ବିଭିନ୍ନ କଲ୍ୟାଣ ଯୋଜନାରେ ଯେଉଁସବୁ ଦେୟ ପ୍ରଦାନ ବାକି ରହିଛି, ସେଗୁଡିକୁ ମଧ୍ୟ ନିୟମାନୁଯାୟୀ ତୁରନ୍ତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ଯ୍ୟକ୍ରମ ବ୍ୟୟ (Programme Expenditure) ଓ ପୁଞ୍ଜି ବ୍ୟୟ (Capital Expenditure) ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ରୋଜଗାର ସୃଷ୍ଟି ହୁଏ ଓ ଅଭିବୃଦ୍ଧିରେ ଉନ୍ନତି ଆସେ। ଓଡିଶା ନିଜ ଘରୋଇ ଉତ୍ପାଦ (GSDP)ର 6.1 ପ୍ରତିଶତ ପୁଞ୍ଜି ବ୍ୟୟ ବରାଦ କରିଛି । ସାରା ଦେଶରେ ଏହା ସବୁଠାରୁ ଅଧିକ। ଆମର ଲକ୍ଷ୍ୟ ହେଉଛି, କୃଷିଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା। ଏଥିପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ। ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିନିଯୋଗ ହେବା ଜରୁରୀ। ଲୋକଙ୍କ ସରକାର, ଲୋକଙ୍କ ବଜେଟ ପ୍ରସ୍ତୁତ କରିଛି । ଏସବୁ ଲୋକଙ୍କ ପାଇଁ ଯେପରି ଖର୍ଚ୍ଚ ହେବ, ସେଥିପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବୈଠକରୁ ଜଣାଯାଇଥିଲା ଯେ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ, ସ୍ୱାସ୍ଥ୍ୟ, ଜଳସଂପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ, ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଆଦି ବିଭାଗ ଗୁଡିକର ଖର୍ଚ୍ଚ ଅପେକ୍ଷାକୃତ ଭଲ ରହିଛି । ଅନ୍ୟ ବିଭାଗ ଗୁଡିକ ମଧ୍ୟ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ବିଭିନ୍ନ ବିଭାଗର ଖର୍ଚ୍ଚ ସଂପର୍କରେ ଉପସ୍ଥାପନା ରଖିଥିଲେ।

Post Views: 41
Tags: After reviewing the expenditure of various departments
Share197Tweet123Send
Voice of Victims

Voice of Victims

Recent Posts

  • କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
  • କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ
  • ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In