• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

by Voice of Victims
March 1, 2025
in ମୁଖ୍ୟ ଖବର, ରାଜ୍ୟ
ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି ।  ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା ।  ଏହାକୁ ମିଶାଇ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଫେବୃୟାରୀ ୧୬ରେ ରମା ନାଏକ ନାମକ ଜଣେ ମହିଳାକୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ମଞ୍ଚେଶ୍ୱର ଥାନାରେ ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଥିଲା । ଘଟଣା ପରଠାରୁ ରମା ନାଏକ ଫେରାର ଥିଲା । ପୋଲିସ ତାକୁ ଧରିବା ପାଇଁ ଖୋଜୁଥିଲା । ବାର୍ତ୍ତାମାନ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକକୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ବାଇକ୍‌ରେ ଆସି ହତ୍ୟା କରାଯାଇଥିଲା । ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ଅନ୍ୟପଟେ ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଡିସିପି କହିଥିଲେ, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା ।

Post Views: 269
Tags: Sahadev Naik murder case
Share198Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In