• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

by Voice of Victims
March 2, 2025
in ମୁଖ୍ୟ ଖବର, ରାଜ୍ୟ
ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଚଙ୍କାର କର୍ପସ ଷ୍ଟାମ୍ପ  । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବ । ଆଦାୟ ଅର୍ଥର ୨୦ ପ୍ରତିଶତ ସଂପୃକ୍ତ ବାର ଆସୋସିଏସନକୁ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୭୯ ପ୍ରତିଶତ ଓକିଲଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବାର ରହିଛି। ଏଥିରୁ ୪ ପ୍ରତିଶତ ପଞ୍ଜିକୃତ ବାର ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ପ୍ରତିଶତ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା, ୧୨ ପ୍ରତିଶତ ଅଧିବକ୍ତାଙ୍କର ଚିକିତ୍ସା, ୧୦ ପ୍ରତିଶତ ମୃତ୍ୟକାଳୀନ ସହାୟତା, ୧୦ ପ୍ରତିଶତ ଜରୁରୀକାଳୀନ ପରିସ୍ଥିତି ଓ ୨୦ ପ୍ରତିଶତ ଓଡିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ । ଏହା ସହିତ ଆଇନଜୀବୀ ହାର୍ଟ, କିଡନୀ, ଲିଭର ଭଳି ରୋଗରେ ପୀଡିତ ହେଲେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଛି ।  ବକେୟା ୧ ପ୍ରତିଶତ ରାଜ୍ୟ ଆଇନଜୀବୀ ପରିଷଦର ପାଠାଗାର ପାଇଁ ବିନିଯୋଗ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।  ଆଇନଜୀବୀ ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏହି ସୂଚନା ଦେଇଛନ୍ତି।

Post Views: 148
Share210Tweet131Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In