• About Us
  • Contact Us
Sunday, August 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

by Voice of Victims
March 24, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ।

କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି। ‘ବାଇ-ଲ’ ଅନୁସାରେ ଅପରାଧ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପରସ୍ପରଠୁ ସଂପୂର୍ଣ୍ଣ ଅଲଗା କରିବାକୁ ଇଏ ହେଉଛି ପୋଲିସ୍ ଡିଜିଙ୍କୁ କଟକ-ଭୁବନେଶ୍ବର ପୋଲିସ କମିଶନରେଟର ପ୍ରସ୍ତାବ । ଏହା ଅନୁସାରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ଦୁଇଭାଗ କରାଯିବ। ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ । ପ୍ରତି ପୋଲିସ୍ ଜିଲ୍ଲା ଦାୟିତ୍ବରେ ରହିବେ ଜଣେ ଲେଖାଏଁ ଡିସିପି ଏବଂ ରହିବ ୩ଟି ଲେଖାଏଁ ଜୋନ୍ । ଭୁବନେଶ୍ବର ଇଷ୍ଟ୍ ପୋଲିସ୍ ଜିଲ୍ଲା ଅଧିନରେ କ୍ୟାପିଟାଲ, ଶ୍ରୀ ଲିଙ୍ଗରାଜ ଓ ଇଷ୍ଟର୍ଣ୍ଣ ଜୋନ୍ ପାଇଁ ପ୍ରସ୍ତାବ ରହିଥିବା ବେଳେ ଭୁବନେଶ୍ବର ୱେଷ୍ଟ ପୋଲିସ୍ ଜିଲ୍ଲା ଅଧିନରେ ଆଉ ତିନିଟି ଜୋନ୍ ଖଣ୍ଡଗିରି, ମୈତ୍ରୀବିହାର ଓ ନନ୍ଦନକାନନ ଜୋନ୍ ରହିବ ।

ପ୍ରତି ୟୁପିଡିରେ ୩ଟି ଜୋନ୍ ରହିବ। ଭୁବନେଶ୍ବର ପୂର୍ବ ୟୁପିଡିରେ ଜୋନ୍-୧, ଜୋନ୍-୨ ଓ ଜୋନ୍-୪ ରହିବ। ପଶ୍ଚିମ ୟୁପିଡିରେ ଜୋନ୍-୩, ଜୋନ-୫ ଓ ଜୋନ୍-୬ ରଖାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗୃହ ବିଭାଗ ଅନୁମୋଦନକୁ ଅପେକ୍ଷା କରାଯାଇଛି।

ତଥ୍ୟ ଅନୁସାରେ ୨୦୦୮ରେ ଯେତେବେଳେ କଟକ-ଭୁନେଶ୍ବର ପୋଲିସ କମିଶନରେଟ ଗଠନ ହେଲା ସେତେବେଳେ ରାଜଧାନୀର ଜନସଂଖ୍ୟା ଥିଲା ୧୨ ଲକ୍ଷ ୬୬ ହଜାର ୩୪୦। ୨୦୨୪ ସୁଦ୍ଧା ଭୁବନେଶ୍ବର ଲୋକସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇ ୨୭ଲକ୍ଷ ୬୪ହଜାର ୪୮୮ରେ ପହଞ୍ଚିଛି। ଦିନକୁ ଦିନ ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ।

Post Views: 134
Share198Tweet124Send
Voice of Victims

Voice of Victims

Recent Posts

  • ପିଆଜ ପାଇଁ ପକେଟ୍‌କୁ ମହଙ୍ଗା ମାଡ଼, କେଜି ଛୁଇଁଲା ୫୦ ଟଙ୍କା
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ
  • ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଚିନି, ଖାଉଟିଙ୍କ ଚିନ୍ତା ବଢ଼ାଇଲା ଦରବୃଦ୍ଧି
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In