• About Us
  • Contact Us
Friday, August 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

by Voice of Victims
August 21, 2026
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ସରକାରୀ ଗସ୍ତରେ ଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଜୁଲାଇ ୨୦୨୬ରେ ଷୋଡ଼ଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ସହ ତାଙ୍କର ବିସ୍ତୃତ ଆଲୋଚନାକୁ ସ୍ମରଣ କରିଥିଲେ। ଶ୍ରୀ ମୋଦୀ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗରେ ସ୍ଥିର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଏହାର ବାହାରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଭାରତ-ଜାପାନ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମେକ-ଇନ-ଇଣ୍ଡିଆ ଅଧୀନରେ ପ୍ରତିରକ୍ଷା ସହ-ବିକାଶ ଏବଂ ସହ-ଉତ୍ପାଦନରେ ଭାରତୀୟ କମ୍ପାନୀ ଓ ଷ୍ଟାର୍ଟ-ଅପ୍ସ ସହିତ ଜାପାନର ସହଭାଗିତା ସୁଯୋଗ ଉପରେ ଆଲୋକପାତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କୋଇଜୁମି ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ପ୍ରଗତି ବିଷୟରେ ଅବଗତ କରାଇଥିଲେ ଏବଂ ଭାରତ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଜାପାନ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ
  • ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି, ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ
  • ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର, ଚାଲିଗଲେ ସ୍ଵରର ଯାଦୁଗର ପ୍ରଣବ ପଟ୍ଟନାୟକ
  • ସପ୍ତାହେ ପ୍ରବଳ ବର୍ଷିବ, ୨୭ ତାରିଖ ଯାଏ ଭିଜିବ ରାଜ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In