• About Us
  • Contact Us
Friday, August 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ

by Voice of Victims
August 21, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ

ଜୟପୁର : ରାଜସ୍ଥାନର ଜୟପୁରରେ CJP କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । CJP କର୍ମୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ । ରାଜସ୍ଥାନ ଜୟପୁରର ରାମପୁରା କନୱରପୁରାଠାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ ଜନତା ପାର୍ଟିର ଯୁବକର୍ମୀମାନଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଅନେକ ଦୂର ଯାଏଁ ସିଜେପି କର୍ମକର୍ତ୍ତାଙ୍କୁ ପିଛା କରିବା ସହିତ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରୁଥିବା ସମୟରେ ଅଭାବନୀୟ କାଣ୍ଡ ।

ରାଜନୈତିକ କର୍ମୀ ଏବଂ ବାହାର ଲୋକଙ୍କ ହସ୍ତକ୍ଷେପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା । CJP ର ଏକ ଦଳ ସେହି ସ୍କୁଲକୁ ଯାଞ୍ଚ କରିବାକୁ ଯାଇଥିଲେ । ସେମାନଙ୍କ ଦାବି ଅନୁସାରେ, ସ୍କୁଲର ମୁଖ୍ୟ ବିଲ୍ଡିଂଟି ବିପଜ୍ଜନକ ଥିବାରୁ ବର୍ଷେ ହେବ ଗାଈ ଗୁହାଳରେ ପିଲାମାନେ ପାଠ ପଢୁଥିଲେ । ସ୍କୁଲରେ ପହଞ୍ଚିବା ମାତ୍ରେ କର୍ମୀମାନଙ୍କୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ଲୋକମାନେ ସେମାନଙ୍କୁ ଠେଲାପେଲା କରିବା ସହ ପଥର ମାଡ଼ କରିଥିଲେ । ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ ଆକ୍ରମଣକାରୀ ।

CJPର ସହ ସଂଯୋଜକ ଆଶୁତୋଷ ରାଙ୍କା ଅଭିଯୋଗ, ଆକ୍ରମଣକାରୀମାନେ ସ୍ଥାନୀୟ ଲୋକ ନୁହନ୍ତି, ବରଂ ସେମାନଙ୍କ ଅଡିଟକୁ ରୋକିବା ପାଇଁ ପଠାଯାଇଥିବା ବିଜେପି-ଆରଏସଏସର ଗୁଣ୍ଡା । ଦେଶବ୍ୟାପୀ ସ୍କୁଲ ଠିକ୍ କରୋ ଅଭିଯାନ ଅଧୀନରେ ସ୍କୁଲର ଖରାପ ଅବସ୍ଥାର ଭିଡିଓ ରେକର୍ଡ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଦଳ କହିଛି । ଆକ୍ରମଣ ସମୟରେ ସ୍ଥାନୀୟ ରାଜସ୍ଥାନ ପୋଲିସ କେବଳ ନୀରବଦ୍ରଷ୍ଟା ସାଜି ରହିଥିଲା ବୋଲି CJP ନେତୃତ୍ୱ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ ନିଜକୁ କୌଣସି ରାଜନୈତିକ ଦଳର ଗୁଣ୍ଡା ବୋଲି ମାନିବାକୁ ମନା କରିଛନ୍ତି । ନିଜ ଗାଁ ସ୍କୁଲକୁ ନେଇ ରାଜନୀତି ନକରିବା ପାଇଁ ସେମାନେ ସେହି ଦଳକୁ ସେଠାରୁ ଘଉଡ଼ାଇ ଦେଇଥିଲେ ବୋଲି କହିଛନ୍ତି । ସ୍କୁଲ କୋଠାଟି ଜରାଜୀର୍ଣ୍ଣ ଥିବା ଗ୍ରାମବାସୀ ସ୍ୱୀକାର କରିଛନ୍ତି । କିନ୍ତୁ ସେମାନେ କହିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ଗାଁ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟ ଦୁଇଟି କୋଠରୀରେ ୨୦-୩୦ ପିଲା ସୁରକ୍ଷିତ ଭାବେ ପାଠ ପଢୁଛନ୍ତି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ
  • ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି, ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ
  • ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର, ଚାଲିଗଲେ ସ୍ଵରର ଯାଦୁଗର ପ୍ରଣବ ପଟ୍ଟନାୟକ
  • ସପ୍ତାହେ ପ୍ରବଳ ବର୍ଷିବ, ୨୭ ତାରିଖ ଯାଏ ଭିଜିବ ରାଜ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In