• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡଗାଁରେ ଶ୍ରୀରାମ ନବମୀ ଯାତ୍ରାଆରମ୍ଭ, ଶ୍ରୀରଘୁନାଥଙ୍କ ଜନ୍ମନାରାୟଣବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

by Voice of Victims
April 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଓଡଗାଁରେ ଶ୍ରୀରାମ ନବମୀ ଯାତ୍ରାଆରମ୍ଭ, ଶ୍ରୀରଘୁନାଥଙ୍କ ଜନ୍ମନାରାୟଣବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡ଼ଗାଁ ୬/୪ (ଆଦର୍ଶ କୁମାର ପଟ୍ଟନାୟକ )ନୟାଗଡ ଜିଲ୍ଲାର ଆଧ୍ୟାତ୍ମିକ ସହର ତଥା ସ୍ୱର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ରବିବାର ପବିତ୍ର ଚୈତ୍ର ଶୁକ୍ଳ ନବମୀ ନବରାତ୍ର ଉପାସନାର ଉଦଯାପନୀ ତିଥି ଏବଂ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ ପଣ୍ଡିତ ଙ୍କ ଦ୍ଵାରା ରାମଜନ୍ମ କର୍ମାଙ୍ଗ ଅନୁଷ୍ଠିତ ହୋଇଥିଲା।ପ୍ରଚଣ୍ଡ ରୈାଦ୍ରତାପ ସତ୍ୱେ ପ୍ରଭୁଙ୍କ ଜନ୍ମବିଧାନ ଦେଖିବା ସହିତ ଦର୍ଶନ ପାଇଁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା।ଉପାସକ ଭକ୍ତମାନେ ଶୃଙ୍ଖଳା ସହକାରେ ଠାକୁରଙ୍କ ଦର୍ଶନ ଲାଭ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲି,ଉପଜିଲ୍ଲାପାଳ ତଥା ନୟାଗଡ଼ ଜିଲ୍ଲା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ କର୍ଣ୍ଣଦେବ ସମାଦ୍ଦାର,ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ବିଡିଓ ଜିତେନ୍ଦ୍ର କୁମାର ନାଏକ ଏବଂ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ,ଆଇଆଇସି ଅଭୟ ବେହେରା,ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଦେବୋତ୍ତର କମିଶନର ଲଲାଟେନ୍ଦୁ ଯେନା ପ୍ରଭୁଙ୍କ ଦର୍ଶନ ସାରି ଫେରିଥିଲେ।

ଆଜି ଭୋର ସାଢେ ୪ଟାରେ ଦ୍ୱାରଫିଟା ଯାଇ ସମସ୍ତ ଶୋଧନ ନୀତି ସରିବା ପରେ ୫ଟାରେ ମଙ୍ଗଳ ଆଳତୀ, ପଞ୍ଚାମୃତ ସ୍ନାନ, ମହାସ୍ନାନ, ଅବକାଶ, ମଇଲମ, ଖଟଣୀ, ତଡପଲାଗି, ଚନ୍ଦନଲାଗି ଏବଂ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭଗବତ ଜୀଉ ପୂଜା ଓ ୭ଟାରେ ବଲ୍ଲଭ ନୀତି ସଂପୂର୍ଣ୍ଣ କରାଯାଇଥିଲା।ସକାଳ ୮ଟା ୩୦ରେ ଖେଚୁଡିଧୂପ,କର୍ପୁର ଆଳତୀ,ମହା ଆଳତୀ, ଚାମର ସେବାପରେ ଗମ୍ଭୀରା ଓ ୧୦ଟା ୩୦ଗତେ ଭୋଗ ମଣ୍ଡପରେ ଶ୍ରୀରଘୁନାଥଙ୍କ ଜନ୍ମ ବିଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା।ଶ୍ରୀଜୀଉଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇ ରତ୍ନବେଦୀରୁ ଜନ୍ମବେଦୀକୁ ବିଜେ କରିଥିଲେ। ପ୍ରଭୁଙ୍କ ବିଜେ ପ୍ରତିମାକୁ ଏକ ରୂପା ହାଣ୍ଡି ମଧ୍ୟରେ ରଖି ଅଟା, ପଂଚାମୃତ, ଗୁଡ଼, ମହୁ ଓ ଘିଅର ସମିଶ୍ରଣରେ ନାଭି ତିଆରି କରାଯାଇ ପାଟବସ୍ତ୍ରରେ ଆଛାଦିତ କରି ରଖାଯାଇଥିଲା।ପୁରୋହିତଙ୍କ ଜନ୍ମବିଧାନ ନୀତି ଅନୁସାରେ ରୂପା ଛୁରୀରେ ନାଭି ଛେଦନ କରାଯାଇ ବିଜେ ପ୍ରତିମାଙ୍କୁ ସୂର୍ଯ୍ୟଦର୍ଶନ, ମହାସ୍ନାନ, ଷଷ୍ଠୀ ଦେବୀ ପୂଜା ଓ ଦୋଳିରେ ବସାଇ ବନ୍ଦାପନା ସାରିବା ପରେ ରତ୍ନବେଦୀକୁ ବିଜେ ହୋଇ ଅନ୍ନଧୂପ ଓ ଆଳତୀ ପରେ ଅପରାହ୍ନରେ ପହୁଡ ପଡିଥିଲା । ମନ୍ତ୍ର ଉଚ୍ଚାରଣ ଘଂଟା ଘଂଟି ହରିବୋଲ ହୁଳହୁଳିର ଏକ ଆଧ୍ୟାତ୍ମିକ ପରବେଶ ମଧ୍ୟରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ।ଶ୍ରଦ୍ଧାଳୁମାନଙ୍କ ଭାବବିହ୍ୱଳ ଓ ହରିବୋଲ ହୁଳହୁଳୀ ଶବ୍ଦରେ ଓଡଗାଁ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।

ନିଃସନ୍ତାନ ମାନେ ନାଭି ପ୍ରସାଦ ସେବନ କଲେ ସନ୍ତାନ ଲାଭର ବିଶ୍ୱାସ ରହିଥିବାରୁ ମହିଳାମାନେ ନାଭି ପ୍ରସାଦ ପାଇବା ପାଇଁ ଭିଡ ଲଗାଇଥିଲେ।ସନ୍ଧ୍ୟା ସାଢେ ୬ଟାରେ ଟେରାଧୂପ ଓ ସନ୍ଧ୍ୟା ଆଳତୀ ହୋଇଥିଲା।ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା ଓ ଅନୁଜ ଲକ୍ଷ୍ମଣ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବା ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି କରିଥିବା ପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତି ଜନ୍ମ ନାରାୟଣ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।ଆଜିର ପାଳିଆ ମନୋଜ ନନ୍ଦଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ସମସ୍ତ ପୂଜକ ପରିଷଦ ସଦସ୍ୟଙ୍କ ସହଯୋଗରେ ଦ୍ୱାରା ସମସ୍ତ ନୀତିକାର୍ଯ୍ୟ ସଂପାଦିତ କରାଯାଇଥିଲା। ସୋମବାର ବାର ସନ୍ଧ୍ୟାରେ ଶ୍ରୀଜୀଉ ତାଡକାକୁ ବଧ କରୁଥିବା ବେଶରେ ଦର୍ଶନ ଦେବେ । (ଫଟୋ ଯାଉଛି )

Post Views: 95
Share205Tweet128Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In