• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫ୍ରାନ୍ସ ଠାରୁ ୨୬ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ

by Voice of Victims
April 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଫ୍ରାନ୍ସ ଠାରୁ ୨୬ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତର ମେଗା ଡିଲ୍। ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି। ଏହାଦ୍ଵାରା ବୃଦ୍ଧି ପାଇବ ନୌସେନାର କ୍ଷମତା। ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩  ହଜାର କୋଟି । ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ।

ରାଫେଲ-ଏମ୍ ଜେଟ୍‌ଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ। ରାଫେଲ-ଏମ୍ ଜେଟ୍‌ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ। ସାମୁଦ୍ରିକ ଅଂଚଳରେ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ। ଏହି ଜେଟ୍‌ଗୁଡ଼ିକ ବିମାନବାହକ ଜାହାଜରେ ମଧ୍ୟ ବ୍ୟବହୃତ ହେବ ଯାହା ଭାରତୀୟ ନୌସେନାର ରଣନୈତିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ। ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତ ଆହୁରି ଶକ୍ତିଶାଳୀ ହେବ। ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ଏହା ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ନୂତନ ଦିଗଦର୍ଶନ ଦେବ। ବାୟୁସେନା ଏବଂ ନୌସେନାର କ୍ଷମତା ବୃଦ୍ଧି ସହ ଭାରତକୁ ଚୀନ୍ ଏବଂ ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତର ରଣନୀତି ଆହୁରି ସୁଦୃଢ ହେବ।

Post Views: 78
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In