• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ସେନାରେ ୧ ଲକ୍ଷ ସୈନିକ ଅଭାବ; କେମିତି ସୀମାକୁ ସୁରକ୍ଷା ଦେବ ଭାରତୀୟ ସେନା?

by Voice of Victims
April 14, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତୀୟ ସେନାରେ ୧ ଲକ୍ଷ ସୈନିକ ଅଭାବ; କେମିତି ସୀମାକୁ ସୁରକ୍ଷା ଦେବ ଭାରତୀୟ ସେନା?

ନୂଆଦିଲ୍ଲୀ: ଭାରତୀୟ ସେନାର ସୈନିକଙ୍କ ଅଭାବ । କମ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୧୭% ଅଧିକାରୀଙ୍କ ଅଭାବ ରହିଥିବାବେଳେ, ପ୍ରାୟ ୮% ସୈନିକଙ୍କ ଅଭାବ ରହିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦର ସ୍ଥାୟୀ କମିଟିକୁ ସୂଚନା ଦେଇଛି । ତେବେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ମୋଟ ୧୨ ଲକ୍ଷ ୪୮ ହଜାର ସୈନିକ ଅଛନ୍ତି । ହେଲେ ଏବେ ବି ୧ ଲକ୍ଷ ଯବାନଙ୍କ ଅଭାବ ଭିତରେ ସୁରକ୍ଷା ଦେଉଛି ଭାରତୀୟ ସେନା । ତେବେ ଏଲଓସି ଏବଂ ଏଲଏସିରେ ଅଧିକ ସଂଖ୍ୟକ ଯବାନ ଏବେ ମୂତୟନ ହେବାରେ ଲାଗିଛନ୍ତି, ଯାହାକି ଏହି ଅଭାବକୁ ଆହୁରି ବଢ଼ାଇ ଦେଉଛି । ବର୍ତ୍ତମାନ ସମୟରେ ଏଲଏସିରେ ପାଖାପାଖି ୫୦ ହଜାରରୁ ଅଧିକ ସୈନିକ ମୂତୟନ ଅଛନ୍ତି । ଅନ୍ୟପଟେ ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ପରେ ସେଠାରେ ଅତିରିକ୍ତ ୧୫ ହଜାର ସୈନିକଙ୍କୁ ମୂତୟନ କରାଯାଇଛି । ଯେଉଁ କାରଣରୁ ଭାରତୀୟ ସେନାରେ ଏହି ଅଭାବ ଏବେ ପ୍ରଭାବ ପକାଉଛି ।

କେତେ ସୈନିକ ଏବଂ ଅଫିସର ଆବଶ୍ୟକ?

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦର ସ୍ଥାୟୀ କମିଟିକୁ ଅବଗତ କରାଯାଇଛି ଯେ, ଭାରତୀୟ ସେନାରେ ବର୍ତ୍ତମାନ ଅଧିକାରୀଙ୍କ ସଂଖ୍ୟା ୪୨,୦୯୫ (୧ ଜୁଲାଇ ୨୦୨୪ ସୁଦ୍ଧା) ରହିଛି । ଯେତେବେଳେ କି ଅନୁମୋଦିତ ସଂଖ୍ୟା ହେଉଛି ୫୦,୫୩୮ । ସେହିପରି ସେନାରେ ୯୨,୪୧୦ ସୈନିକଙ୍କ ଅଭାବ ରହିଛି ବୋଲି ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ୍ ମହାମାରୀ ଯୋଗୁଁ ସୈନିକ ନିଯୁକ୍ତିରେ ଦୁଇ ବର୍ଷର ବ୍ୟବଧାନ ସୃଷ୍ଟି ହୋଇଥିଲା, ଯାହା ଫଳରେ ସୈନିକଙ୍କ ଅଭାବ ଦେଖାଦେଇଥିଲା । ଭାରତୀୟ ସେନାରେ ପ୍ରତିବର୍ଷ ପ୍ରାୟ ୬୦ ହଜାର ସୈନିକ ଅବସର ନିଅନ୍ତି । କୋଭିଡର ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୦ ହଜାର ସୈନିକ ଅବସର ନେଇଥିଲେ । ଯାହା ସୈନିକଙ୍କ ଅଭାବକୁ ଆହୁରି ବୃଦ୍ଧି କରିଥିଲା ।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In