• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଯୁଦ୍ଧକୁ ନେଇ ଛାନିଆ ପାକିସ୍ତାନ, ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ

by Voice of Victims
April 29, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଯୁଦ୍ଧକୁ ନେଇ ଛାନିଆ ପାକିସ୍ତାନ, ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ

ନୂଆଦିଲ୍ଲୀ: ଭୟରେ ଥର ହର ହେଲାଣି ପାକିସ୍ତାନ । ପାକ୍ ସେନାରେ ଖେଳି ଯାଇଛି ଆତଙ୍କର ବାତାବରଣ । ଯୁଦ୍ଧକୁ ନେଇ ଛାନିଆ । ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ । ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଭ୍ୟାଲିରେ ଆକ୍ରମଣ ଘଟଣା ପରେ ପ୍ରତିଶୋଧ ପାଇଁ ତୟାର ହେଉଛି ଭାରତ । ଆଉ ଭାରତର ଆଭିମୁଖ୍ୟକୁ ଦେଖି ଭୟରେ ପାକିସ୍ତାନରେ ସାମରିକ ଅଧିକାରୀ ଏବଂ ସୈନିକଙ୍କ ଇସ୍ତଫା ଦେଇ ଚାଲିଥିବା ସୂଚନା ଆସୁଛି । ପାକିସ୍ତାନରେ ପ୍ରାୟ ୨୫୦ ଅଫିସର ଏବଂ ୨ ହଜାରରୁ ଅଧିକ ସୈନିକ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏହି ଘଟଣା ଭାରତ ବିରୋଧରେ ଯୁଦ୍ଧ ପାଇଁ ତୟାର ବୋଲି ବାହସ୍ଫୋଟ ମାରୁଥିବା ପାକିସ୍ତାନକୁ ବଡ଼ ଝଟକା ଦେଇଛି ।

ଏପଟେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମୁନିର ଆତଙ୍କୀ ସଂଗଠନ ମାଧ୍ୟମରେ ପହଲଗାମରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାରତ-ପାକିସ୍ତାନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୧୧ତମ କର୍ପସର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ ଏ ସମ୍ପର୍କରେ ସେନା ମୁଖ୍ୟାଳୟକୁ କର୍ମଚାରୀ ଓ ଅଧିକାରୀଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେନାରେ ମୋର୍ଚ୍ଚା ପରିଚାଳନା କରିବା ପାଇଁ ଅଧିକାରୀଙ୍କ ଅଭାବ ରହିଥିବା ସେ ଜଣାଇଛନ୍ତି ।

ଅନ୍ୟପଟେ ପାକିସ୍ତାନୀ ନେତାମାନେ ଭାରତର କସରତ ଦେଖି ଭୟରେ ନିଜ ପରିବାରକୁ ଦେଶ ବାହାରକୁ ପଠାଉଛନ୍ତି । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜର ଲଜ୍ଜାଜନକ କାର୍ଯ୍ୟକଳାପକୁ ଲୁଚାଇବାକୁ ଯାଇ ଚୀନ ସହିତ ହାତ ମିଶାଇଛନ୍ତି । ପହଲଗାମର ଆକ୍ରମଣ ପରେ ଅନେକ ବରିଷ୍ଠ ଅଧିକାରୀ ସେମାନଙ୍କ ପରିବାରକୁ ବାହାରକୁ ପଠାଇ ଦେଇଥିବାର ସୂଚନା ମିଳୁଛି । ବର୍ତ୍ତମାନ ପାକ୍ ସେନାଙ୍କୁ ସମର୍ଥନ କରିବାକୁ କହିଲେ ମଧ୍ୟ ଜନସାଧାରଣଙ୍କଠାରୁ ସେତିକି ସମର୍ଥନ ମିଳି ପାରୁ ନାହିଁ ।

ପହଲଗାମ ଆତଙ୍କୀ ହମଲାକୁ ନେଇ ସମଗ୍ର ବିଶ୍ବରେ ଥିବା ଭାରତୀୟମାନେ ତୀବ୍ର ନିନ୍ଦା କରୁଛନ୍ତି । ପାକିସ୍ତାନ ବିରୋଧୀ ପ୍ରତିବାଦ, ବିକ୍ଷୋଭ ଥମୁ ନାହିଁ । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଯେକୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ଏହି ଭୟ ଘାରିଛି ପାକିସ୍ତାନକୁ । ଏପରିକି ୨-୪ ଦିନ ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ନିଜେ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ସେ କହିଛନ୍ତି, ପାକିସ୍ତାନ ଅସ୍ତିତ୍ୱ ହଜାଇ ଦେବାକୁ ଭାରତ ଚାହୁଁଛି । ତେବେ ଭାରତ ଆକ୍ରମଣ କଲେ ପାକିସ୍ତାନୀ ସେନା ଏହାର ଜୋରଦାର ଜବାବ ଦେବ। ଏଥିପାଇଁ ପାକିସ୍ତାନୀ ସେନାକୁ ପ୍ରସ୍ତୁତ କରି ରଖାଯାଇଛି । ଦରକାର ହେଲେ ପାକିସ୍ତାନ ପରମାଣୁ ହମଲା କରି ଭାରତ ଆକ୍ରମଣର ଜବାବ ଦେବ ବୋଲି ଆସିଫ କହିଛନ୍ତି । ଏପଟେ ପାକିସ୍ତାନ ସୈନ୍ୟ ଯୁଦ୍ଧ ଭୟରେ ସେନା ଛାଡ଼ୁଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଭାରତ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି ବୋଲି ଭାରତ ଅଭିଯୋଗ କରି ଆସୁଛି । ଯାହା ବିଶ୍ବ ଦରବାରରେ ପ୍ରମାଣିତ ମଧ୍ୟ ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରୁ ନିନ୍ଦା କରାଯାଇଛି । ପାକିସ୍ତାନ ଆତଙ୍କୀଙ୍କୁ କେବଳ ପ୍ରୋତ୍ସାହନ ଦେଉ ନାହିଁ ତାଙ୍କୁ ପାଳୁଥିବା କଥା ସାରା ବିଶ୍ବ ଜାଣିଛି । ଏମିତିକି ପାକିସ୍ତାନ ନିଜ ମୁହଁରେ ମଧ୍ୟ ଏକଥା ମାନିଛି । ଏବେ ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ନେଇ ସାରିଥିବା ବେଳେ ଖୁବ୍ ଶୀଘ୍ର ମିଲିଟାରୀ ଆକ୍ସନ ନେବେ ବୋଲି ଜଣାପଡିଛି ।

Post Views: 94
Share204Tweet127Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In