• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜିଠୁ ବଦଳିଲା ନିୟମ: ମହଙ୍ଗା ହେବ ATM ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ରେଲୱେ ଟିକେଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

by Voice of Victims
May 1, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆଜିଠୁ ବଦଳିଲା ନିୟମ: ମହଙ୍ଗା ହେବ ATM ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ରେଲୱେ ଟିକେଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ନୂଆଦିଲ୍ଲୀ: ମେ’ ମାସରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ପକେଟ ଉପରେ ପଡ଼ିପାରେ । ଟ୍ରେନ ଟିକଟ ବୁକିଂଠାରୁ ଆରମ୍ଭ କରି ATM ଟଙ୍କା ଉଠାଣ ପର୍ଯ୍ୟନ୍ତ, ୧ ମେ’ ୨୦୨୫ ଅର୍ଥାତ୍ ଆଜିଠାରୁ ଅନେକ ବଡ଼ ପରିବର୍ତ୍ତନ ଲାଗୁ ହେବ । ଆଜି ଠାରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ ସରକାର ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଏକୀକୃତ କରି ଗ୍ରାମୀଣ ବ୍ୟାଙ୍କିଂ ବ୍ୟବସ୍ଥାକୁ ଏଫିସିଏଣ୍ଟ କରିବା ପାଇଁ ଏହାର ଅଭିଯାନକୁ ଆହୁରି ଆଗକୁ ବଢାଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ଟଙ୍କା ଉଠାଇବା ପାଇଁ ଅନ୍ୟ ବ୍ୟାଙ୍କର ATM ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣମାନଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ । ଯାଣିରଖନ୍ତୁ ଯେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ NPCI ଏହି ଦାବିକୁ RBI ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ATM ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।

ଏଥି ସହ ଜାଣିରଖନ୍ତୁ ଯେ ‘ହ୍ବାଇଟ୍ ଲେବଲ୍ ATM’ ସରକାରୀ ଏବଂ ଘରୋଇ ବ୍ୟାଙ୍କର ATM ପରି କାମ କରେ । ବ୍ୟାଙ୍କ ବଦଳରେ, ଏହାକୁ ଘରୋଇ କିମ୍ବା ଅଣ-ବ୍ୟାଙ୍କିଙ୍ଗ ଫିନାନସିଆଲ୍ କମ୍ପାନୀ (NBFC) ଦ୍ବାରା ନିବେଶ କରାଯାଏ । ଏଥିରେ ଆମେ ଆପଣମାନଙ୍କୁ କହିରଖୁଛୁ ଯେ ବ୍ୟାଙ୍କ ୟୁଜର ନିଜର ଫ୍ରି ମନ୍ଥଲି ଟ୍ରାଞ୍ଜେକ୍ସନ୍ ଲିମିଟ୍ ପରେ ଟଙ୍କା ଉଠାଇଲେ ଏହି ଚାର୍ଜ ଲାଗୁ ହେବ । ଏହାପରେ ଜାଣିବା ଆଜିଠାରୁ ଆଉ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି :
ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ଅମୂଲ କ୍ଷୀର ଉତ୍ପାଦର ନୂତନ ଦର ଆଜି ଅର୍ଥାତ୍ ୧ ମେ ୨୦୨୫ ଠାରୁ ଲାଗୁ ହୋଇଛି । ଅମୁଲ ଅନୁଯାୟୀ, ସାରା ଦେଶର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଦର ଡେରୀ ମଧ୍ୟ ତାର କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା । ଏହାର ଅର୍ଥ ହେଉଛି ସାରା ଦେଶର ଲୋକଙ୍କ ଘର ବଜେଟ୍ ବୃଦ୍ଧି ପାଇବାକୁ ଯାଉଛି ।

୧୨ ଦିନ ବ୍ୟାଙ୍କ ଛୁଟି :
ମେ ମାସର ବ୍ୟାଙ୍କ ଛୁଟି ତାଲିକା ଅନୁସାରେ, ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବ ଏବଂ କାର୍ଯ୍ୟକ୍ରମ ଯୋଗୁଁ ବ୍ୟାଙ୍କଗୁଡ଼ିକ ୧୨ ଦିନ ପାଇଁ ବନ୍ଦ ରହିବ ।

Railway ନିୟମ ପରିବର୍ତ୍ତନ କରାଯାଇଛି :
୧ ମେ ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ପରବର୍ତ୍ତୀ ପରିବର୍ତ୍ତନଟି ହେଉଛି ଭାରତୀୟ ରେଲୱେ ସହିତ ଜଡିତ । ପ୍ରକୃତରେ, ରେଲୱେ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ କରାଯାଉଛି ଏବଂ ଏବେ ୱେଟିଂ ଟିକେଟ କେବଳ ଜେନେରାଲ୍ କୋଚରେ ବୈଧ ହେବ । ଅର୍ଥାତ୍ ଆପଣ ୱେଟିଂ ଟିକେଟ୍ ସହିତ ସ୍ଲିପର୍ କୋଚ୍ରେ ଯାତ୍ରା କରିପାରିବେ ନାହିଁ । ତେଣୁ ଆଡଭାନ୍ସ ରିଜରଭେସନ୍ ପିରିୟଡ୍ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇଛି ।

Post Views: 53
Share199Tweet124Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In