• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫେଲ୍‌ ମାରିଲା ଧୋନୀଙ୍କ କ୍ୟାପ୍ଟେନସିପ୍‌; ପ୍ଲେ ଅଫ୍‌ରୁ ବିଦା ହେଲା ସିଏସକେ

by Voice of Victims
May 2, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୁଣି ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ଵ ନେବେ ଧୋନି: ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଆଇପିଏଲ୍‌ର ସବୁଠୁ ସଫଳ ଟିମ୍‌ ଆଜି ପ୍ଲେ ଅଫ୍‌ରୁ ବିଦା । ଫେଲ୍‌ ମାରିଲା କ୍ୟାପ୍ଟେନସିପ୍‌, ଫେଲ୍‌ ମାରିଲା ଟିମ୍‌ । ନା ଚାଲିଲା ବ୍ୟାଟିଂର ଦମ୍‌ ନା ଚାଲିଲା ବୋଲିଂର ଯାଦୁ । ସବୁ ଡିପାର୍ଟମେଣ୍ଟରେ ଫେଲ୍‌ ମାରିଲା ଟିମ୍‌ । ଟ୍ରଫି ଜିତିବାର ଆଶା ବି ଚୁରମାର ହୋଇଗଲା । ଟିମ୍‌ର ପ୍ରଦର୍ଶନକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ବିଜୟରୁ ସିଜିନ୍‌ ଆରମ୍ଭ କରିଥିବା ସିଏସ୍‌କେ ଆଜି ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ରେସ୍‌ରୁ ବାଦ ପଡ଼ିଛି । ୧୦ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ ୮ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି । ବର୍ତ୍ତମାନ ଚେନ୍ନାଇ ପାଖରେ ଆଉ ୪ଟି ମ୍ୟାଚ୍‌ ରହିଛି । ଯଦି ବି ୪ଟି ମ୍ୟାଚ୍‌ ଲଗାତାର ଜିତିବ ଚେନ୍ନାଇ । ତଥାପି ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିପାରିବ ନାହିଁ । ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିପାରେ ସିଏସ୍‌କେ । ତାଛଡ଼ା ପ୍ଲେ ଅଫ୍‌ ରେସ୍‌ରେ ଥିବା ଟିମ୍‌ମାନଙ୍କର ଗଣିତ ବିଗାଡ଼ିପାରେ ସିଏସ୍‌କେ ।

ସିଏସ୍‌କେରେ ବଡ଼ ବଡ଼ ଷ୍ଟାର ଖେଳାଳି ଥିବା ସତ୍ତ୍ୱେ ବି ଫେଲ୍‌ ମାରିଛି ଦଳ । ଟିମ୍‌ରେ ରଚିନ୍‌ ରବିନ୍ଦ୍ର, ଡେଭନ୍‌ କନୱେ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି । କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ୍‌ ମାରିଛି ଦଳ । ଅକ୍ସନରେ ଦଳ ତାଙ୍କର ପୁରୁଣା ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିଥିଲା । ଯେଉଁମାନଙ୍କୁ ନେଇ ଟିମ୍‌ ଆଗରୁ ଅନେକ ଥର ଟ୍ରଫି ହାତେଇଛି । କିନ୍ତୁ ଚଳିତ ସିଜିନ୍‌ରେ କାହାର ବି ପ୍ରଦର୍ଶନ ଭଲ ରହିଲା ନାହିଁ । ଏମିତିକି ଦଳ ଅଶ୍ୱିନ ଓ ରଚିନ ରବିନ୍ଦ୍ରଙ୍କୁ ପ୍ଲେଇଙ୍ଗ ଇଲେଭେନ୍‌ରୁ ବାଦ ଦେଇଥିଲା । ଶୁଭମ ଦୁବେଙ୍କ ଉପରେ ଦଳ ଭରସା କରିଥିବା ବେଳେ ସେ ବି ନିଜର କମାଲ ଦେଖାଇ ପାରିନାହାନ୍ତି ।

Post Views: 76
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In