ନୂଆଦିଲ୍ଲୀ: ଶନିବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁର ଟିମ୍ ୨ରନରେ ବିଜୟୀ ହୋଇଛି । ଚେନ୍ନାଇକୁ ହରାଇବାରେ ସଫଳ ବେଙ୍ଗାଲୁର ଟିମ୍ । କୋହଲି ସର୍ବାଧିକ ବ୍ୟାଟିଂ କରି ନିଚ ନାମରେ ରେକର୍ଡ କରିଥିଲେ । ସମସ୍ତ ଖେଳାଳୀମାନଙ୍କ ମଧ୍ୟରୁ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ । ବରାଟ କୋହଲି ୩୩ଟି ବଲରେ ୬୨ଟି ରନ୍ କରିଥିଲେ । କୋହଲି ଏହି ଗ୍ରାଉଣ୍ଡରେ ୩୦୧ଟି ଛକା ମାରିଥିଲେ ।
ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପ୍ଲେ ଅଫ୍ ରେ ବେଙ୍ଗାଲୁର ଟିମ୍ । ଚେନ୍ନାଇର ନବମ ପରାଜୟ । ଉତ୍କଣ୍ଠାପୂର୍ଣ୍ଣ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ୨ ରନରେ ପରାସ୍ତ କରିବା ସହ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରି ନେଇଚି ବେଙ୍ଗାଲୁର ଟିମ୍ । ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ୨ ରନରେ ପରାସ୍ତ ହୋଇ ଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୩ ରନ୍ କରିଥିଲା । ୨୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ୨୧୧ ରନ କରି ଅଟକି ଯାଇଥିଲା । ଆୟୁଷ ମହାତେ ଓ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ବିଜୟ ଠାରୁ ୨ ରନ ପଛରେ ରହି ଯାଇଥିଲା ଚେନ୍ନାଇ । ଏହି ପରାଜୟ ସହ ଚେନ୍ନାଇ ୧୧ ମ୍ୟାଚରୁ ନବମ ପରାଜୟ ବରଣ କରି ପଏଣ୍ଟ ଟେବୁଲର ଶେଷରେ ରହିଛି । ବେଙ୍ଗାଲୁରୁ ୧୧ ମ୍ୟାଚରୁ ୮ ବିଜୟ ସହ ଏପଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।
