• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ ସହ ଅଛି ସାରା ଦୁନିଆ : ପାକିସ୍ତାନର ଗୁହାରି ଶୁଣିଲାନି ଆମେରିକା , ଜେଡି ଭେନ୍ସ କହିଲେ,  ଏ ବିବାଦରେ ଆମର କିଛି ଲେନାଦେନା ନାହିଁ ।

by Voice of Victims
May 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତ ସହ ଅଛି ସାରା ଦୁନିଆ : ପାକିସ୍ତାନର ଗୁହାରି ଶୁଣିଲାନି ଆମେରିକା , ଜେଡି ଭେନ୍ସ କହିଲେ,  ଏ ବିବାଦରେ ଆମର କିଛି ଲେନାଦେନା ନାହିଁ ।

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଉଗ୍ର ହେବାରେ ଲାଗିଛି । ପାକିସ୍ତାନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିସାରିଲାଣି ଭାରତ । ଏଭଳି ସ୍ଥିତିରେ ଆମେରିକା ଉପରାଷ୍ଟ୍ରପତିଙ୍କ ବୟାନ ପାକିସ୍ତାନକୁ ବଡ ଝଟକା ଦେଇଛି । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର କିଛି ସମ୍ପର୍କ ନାହିଁ । ଏହାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଆମେରିକାର କିଛି ଭୂମିକା ରହିବ ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିପରି କମିବ ସେଥିପାଇଁ ପରୋକ୍ଷରେ ପ୍ରୟାସ କରିପାରୁ ହେଲେ ପ୍ରତ୍ୟକ୍ଷ ଭାବେ କୌଣସି ହସ୍ତକ୍ଷେପ କରିବୁ ନାହିଁ । 

ଭେନ୍ସ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତକୁ ଅସ୍ତ୍ର ଛାଡିବାକୁ କହିପାରିବୁ ନାହିଁ କି ପାକିସ୍ତାନକୁ ବି କହିପାରିବୁ ନାହିଁ । ଏହାକୁ ଆମେରିକା କୂଟନୀତି ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରିପାରେ । ହେଲେ ଏ ଯୁଦ୍ଧ ଯେପରି ଉଗ୍ର ହୋଇ ପରମାଣୁ ଅସ୍ତ୍ର ଆଡକୁ ନବଢୁ ଏହା ଆମର ବିଶ୍ବାସ । ବର୍ତ୍ତମାନର ସ୍ଥିତିକୁ ଦେଖି ଏହା ପରମାଣୁ ଆକ୍ରମଣର ରୂପ ନେବ ନାହିଁ ବୋଲି ଆମେ ଭାବୁଛୁ । ଏହା ପୂର୍ବରୁ ଭାରତ- ପାକ୍ ବିବାଦକୁ  ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମନ୍ତବ୍ୟ ଦେଇଥିଲେ । କହିଥିଲେ, ଯଦି ଏଭଳି ସ୍ଥିତିରେ ଆମର ସହଯୋଗ ଦରକାର ପଡେ ତାହେଲେ ନିଶ୍ଚୟ କରିବୁ । ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି । ଆମେରିକା ଚାହୁଛି ଯେ ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର କିଛି ସମାଧାନର ସୂତ୍ର ବାହାରୁ ।

Post Views: 54
Share201Tweet126Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In