• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା

by Voice of Victims
May 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ ହୋଇଛି।ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ।

ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି।ଟ୍ରମ୍ପ ଆହୁରି କହିଛନ୍ତି, ଜେଡି ଭାନ୍ସ ଏବଂ ମୁଁ ଭାରତ ଏବଂ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛୁ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶେହବାଜ ସରିଫ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ସେନା ମୁଖ୍ୟ ଅସୀମ ମୁନିର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅସୀମ ମାଲିକ ସାମିଲ ଅଛନ୍ତି।

ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଭାରତ ଏବଂ ପାକିସ୍ତାନ ସରକାର ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଏବଂ ଏକ ନିରପେକ୍ଷ ସ୍ଥାନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସରିଫଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ପଥ ବାଛିବା କ୍ଷେତ୍ରରେ ପ୍ରଦର୍ଶନ କରାଯାଇଥିବା ଦୂରଦୃଷ୍ଟି, ବିଚକ୍ଷଣତା ଏବଂ କୂଟନୈତିକ ବୁଦ୍ଧିକୁ ଆମେ ପ୍ରଶଂସା କରୁଛୁ।ଶନିବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ରୁବିଓ ମୁନିରଙ୍କୁ ଶାନ୍ତ ରହିବାକୁ କହିଥିଲେ। ରୁବିଓ କହିଛନ୍ତି ଯେ ଏହି ମାମଲାକୁ ଆଗକୁ ବଢାଇବା ଦ୍ୱାରା ପାକିସ୍ତାନର କ୍ଷତି ହେବ। ରୁବିଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ବିଷୟରେ କହିଥିଲେ।

Post Views: 123
Share198Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In