• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ୍ ହାର ୮୮.୩୯ %

by Voice of Victims
May 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ୍ ହାର ୮୮.୩୯ %

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ପାସ୍ ହାର ୮୮.୩୯ % ରହିଛି । results.cbse.gov.in କୁ ଯାଇ ପିଲାମାନେ ରେଜଲ୍ଟ ଚେକ୍ କରିପାରିବେ । ପୁଅଙ୍କ ତୁଳନାରେ ବାଜି ମାରିଲେ ଝିଅ । ଛାତ୍ରୀଙ୍କ ପାସ୍ ହାର- ୯୧.୬୪%, ଛାତ୍ରଙ୍କ ପାସ୍ ହାର-୮୫.୭୦% । ଭୁବନେଶ୍ବର କ୍ଷେତ୍ରରେ ୮୩.୬୪% ରହିଛି ପାସ୍ ହାର । ଡିଜି ଲକର, ଉମଙ୍ଗ, IVRS ଓ SMSରେ ଦେଖି ହେବ ରେଜଲ୍ଟ ।

ପିଲାମାନେ ସେମାନଙ୍କର ରୋଲ୍‌ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିମ୍ନଲିଖିତ ଲିଙ୍କରେ ଚେକ୍ କରିପାରିବେ ।
cbse.gov.in
cbseresults.nic.in
results.cbse.gov.in

ଚଳିତବର୍ଷ ସିବିଏସଇ ପରୀକ୍ଷା ୪୨ ଲକ୍ଷରୁ ଅଧିକ ଛାତ୍ର ଦେଇଛନ୍ତି । ଏଥିରେ ୨୪.୧୨ ଲକ୍ଷ ୧୦ମ ପରୀକ୍ଷା ଏବଂ ୧୨ଶ ୧୭.୮୮ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ।  ସିବିଏସ୍‌ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୪ରେ ଶେଷ ହୋଇଥିଲା ।

ସୂଚନାଯୋଗ୍ୟ, ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।

ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।

ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରଥମେ ମାର୍କ ପାଇବା ପାଇଁ ଆବେଦନ କରୁଥିଲେ । ଏହାପରେ ଫଟୋକପି ମିଳିବା ପରେ ରିଚେକିଂ ପାଇଁ ଆବେଦନ କରୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ନିଜର ଉତ୍ତରପୁସ୍ତିକା ଜରିଆରେ କେତେ ମାର୍କ ପାଇଛନ୍ତି, ଆଉ କେତେ କଟିଛି, ଜାଣିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଚିତ ନିର୍ଣ୍ଣୟ ନେବାରେ ସହାୟତା ହେବ ।

Post Views: 47
Share200Tweet125Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In