ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଜମ୍ମୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ଆଉ ୩ ଆତଙ୍କୀ ଟଳିଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଞ୍ଚଳକୁ ଘେରାବନ୍ଦି କରି ରଖିଛନ୍ତି ସୁରକ୍ଷାକର୍ମୀ ।

ତେବେ ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି । ଆତଙ୍କୀ ସହିତ ଗୁଳିବିନିମୟରେ ସୁରକ୍ଷାବଳ ଜଣେ ଆତଙ୍କୀ ନିହତ ହୋଇଛି । ଘଟଣା ସ୍ଥଳରେ ଅତିକମରେ ଆଉ ଦୁଇ ଜଣ ଆତଙ୍କୀ ଲୁଚିଥିବା ଆଶଙ୍କା କରାଯାଉଛି । ଦୁଇ ପକ୍ଷରୁ ଫାୟାରିଂ ଜାରି ରହିଛି । ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେତାବନୀ ଦେଇଛନ୍ତି ଯେ, ଭାରତ ପାକିସ୍ତାନ ବିରୋଧରେ କେବଳ “ବିରାମ” ଦେଇଛି । ସୀମା ପାରରୁ ଅନ୍ୟ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଭାରତ କଡ଼ା ଜବାବ ଦେବ ।
ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି । ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ।
