• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୋଖରୀ ସୁରକ୍ଷା ସମିତି, ଢେଙ୍କାନାଳ ପକ୍ଷରୁ ଗଣଧାରଣା

by Voice of Victims
May 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୋଖରୀ ସୁରକ୍ଷା ସମିତି, ଢେଙ୍କାନାଳ ପକ୍ଷରୁ ଗଣଧାରଣା

ଢେଙ୍କାନାଳ: ପୋଖରୀ ସୁରକ୍ଷା ସମିତି, ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହର ଭିତରେ ଥିବା ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ସୁରକ୍ଷା ସମିତିର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଗଣ ଧାରଣା ଦିଆଯାଇଥିଲା l ସୂଚନା ଥାଉକି, ଗତ ତିନି ବର୍ଷ ହେଲା ସରକାରଙ୍କ ପକ୍ଷରୁ ମୋ ପୋଖରୀ ଯୋଜନା ଆରମ୍ଭ ହୋଇଥିଲା l ସେଥିରେ ଢେଙ୍କାନାଳ ସହରର ୧୬ ଟି ପୋଖରୀ ଯୋଜନା ପରିସରଭୁକ୍ତ କରାଯାଇ ପଙ୍କୋଦ୍ଧlର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା l ମାତ୍ର ପଙ୍କ ମାଟି ବାହାରକୁ ନନେଇ ପୋଖରୀ ଗୁଡି଼କୁ ଛୋଟ ଗାଡ଼ିଆ ପରି କରାଗଲା l ପୋଖରୀ ସୁରକ୍ଷା ସମିତି ଏହାର ବିରୋଧ କରିଆସୁଛି l ସାତ ଦିନ ମଧ୍ୟରେ କେବଳ ଭାଗିରଥି ସାଗର ଭିତରେ ଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରିବାପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l

ମାତ୍ର ଜିଲ୍ଲା ପ୍ରଶାସନ କୌଣସି ସମାଧାନ ନକରିବାରୁ ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ ମେ ମଙ୍ଗଳବାର ଦିନ ଗଣ ଧାରଣା ଦେଇଥିଲା l ଗତ କାଲି ଅର୍ଥାତ୍ ସୋମବାର ଦିନ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୋଖରୀ ସୁରକ୍ଷା ସମିତିର କିଛି ସଭ୍ୟଙ୍କୁ ଜଣାଇଥିଲେ ଯେ ପୌର ନିର୍ବାହୀ ଅଧିକାରୀଙ୍କୁ ପୋଖରୀରୁ ସମସ୍ତ ପଙ୍କ ମାଟି ବାହାର କରି ହୁଡ଼ା ବାହାରେ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି l ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ପୋଖରୀ ସୁରକ୍ଷା ସମିତି ଧନ୍ୟବାଦ ଦେବା ସହ ଆଗାମୀ ସାତ ଦିନ ଭିତରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ l ଯଦି ମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନହୁଏ କିମ୍ବା ବର୍ଷା ଦିନ ପୂର୍ବରୁ ପୋଖରୀ ଭିତରୁ ସମସ୍ତ ପଙ୍କ ମାଟି ନଉଠେ ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ l ଆଜିର ଗଣ ଧାରଣାରେ ପୂର୍ବତନ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଯୋଗଦେଇ ଢେଙ୍କାନାଳ ମାଟିର ସୁରକ୍ଷା ତଥା ଢେଙ୍କାନାଳ ଲୋକଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି l ତାଛଡା ଶ୍ରୀ ସାହୁ କହିଛନ୍ତି ଯେ ଯଦି ଆସନ୍ତା ସାତ ଦିନ ଭିତରେ ପୋଖରୀରୁ ପଙ୍କ ମାଟି ନ ଉଠେ ତେବେ ଏହି ଆନ୍ଦୋଳନ ଜାରି ରଖିବାପାଇଁ ଚେତାବନୀ ଦେଇଛନ୍ତି l

ଆଜିର ଗଣଧାରଣାରେ ବିଜେଡି କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ପୂର୍ବତନ କାଉନସିଲର ଜ୍ଞାନ ମିଶ୍ର, କଂଗ୍ରେସ ଜିଲ୍ଲା ସଭାପତି ସୁନୀଲ ଦାଶ, ପ୍ରେମଶଙ୍କର ମିଶ୍ର, ଆଇନଜୀବୀ ନିର୍ମଳ ମିଶ୍ର, ନାରୀ ନେତ୍ରୀ ସ୍ମିତାରାଣୀ ସାମଲ, ପ୍ରିୟବ୍ରତ ଗଡ଼ନାୟକ, ସରୋଜ ଶତପଥି, ରୁଦ୍ର ପ୍ରସାଦ ଶରଣ, ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ପିତାମ୍ବର ସାମନ୍ତରାୟ, ପ୍ରସନ୍ନ ବରାଳ, ପୂର୍ବତନ ସେନା ଅଧିକାରୀ ଅଖିଳ ମହାପାତ୍ର ଓ ନଗେନ କର, ସଚେତନ ନାଗରିକ ଫୋରମର ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ଦିଲ୍ଲୀପ କୁମାର ରାଉତ, ମନ୍ମଥ ରାଓ, କିଶୋର ବେହେରା, ଗୋକୁଳାନନ୍ଦ ମାଝୀ, ଅରବିନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ବର୍ଷା ପୂର୍ବରୁ ପୋଖରୀ ଗୁଡ଼ିକରୁ ଦ୍ୱିତୀୟ ହୁଡ଼ା କରାଯାଇଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରା ନଗଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ଏବଂ ଢେଙ୍କାନାଳ ବନ୍ଦ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l

Post Views: 69
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In