• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

by Voice of Victims
May 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା! ପ୍ରେମିକାଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର: ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା ।  ତାଙ୍କ ପ୍ରେମିକା ଜୀବନ ହାରିବା ପରେ ଲବଙ୍କ ବିବାଦ ବଢି ଯାଇଛି ।  ଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି ।  ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ।  ତଦନ୍ତ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସତ ମାନିବୁ ।  ଏଠି ଘରେ ଭାଇ ୩ ଜଣ ଓ ଭାଉଜ ରହୁଛନ୍ତି। ବାପା ଗାଁରେ ରହୁଛନ୍ତି। ଲବ ହାଁସଦା ବିବାହ କରିଛନ୍ତି କି ନାହିଁ ସିଏ ହିଁ କହିପାରିବ । ଏହି ଘଟଣା ଆମେ ନ୍ୟୁଜ ମାଧ୍ୟମରେ ଜାଣିଛୁ, ଆମେ ଚାଁହୁଛୁ ନ୍ୟାୟ । ମୋ ଭାଇ ଯଦି ଠିକ କରିଥିବା ଠିକ ଯଦି ଭୁଲ କରିଥିବ ତାହା ହେଲେ ଭୁଲ। ଭାଇଙ୍କ ସହିତ ମୁଁ କଥା ହୋଇନାହିଁ। ମୋ ଭାଇ ଏଠାକୁ ତିନି ମାସ ପୂର୍ବରୂ ଆସିଥିଲେ ।  ତେବେ ମୋ ଭାଇ ଉପରେ ମୋର ବିଶ୍ୱାସ ସେ ଏପରି କାମ କରି ନ ଥିବ ବୋଲି କହିଛନ୍ତି ଲବ ହାଁସଦାଙ୍କ ଭଉଣୀ ।

ଅନ୍ୟପଟେ ଲବ ହାଁସଦାଙ୍କର 2014 ମସିହାରେ ଆରମ୍ଭ ହୋଇଥିଲା ବୈବାହିକ ଜୀବନ । ଲବର ବାହାଘର ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତ ସାନକୁସପଦା ଗାଁରେ ଭାଦାଉ ଟୁଡୁଙ୍କ ଝିଅ ମାନ୍ଦ ହାସଦା ସହିତ ରୀତିନୀତି ଅନୁସାରେ ହୋଇଥିଲା । ବାହାଘର ପରେ ତିନି ବର୍ଷ ଉଭୟଙ୍କ ବୈବାହିକ ଜିବନ ଠିକ୍ ଠାକ୍ ଚାଲିବା ପରେ ଲବ ଏକ ଟାୟାର କମ୍ପାନୀ ରେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲା ।  ସେତେବେଳେ ତାଙ୍କର ଗୋଟିଏ ଝିଅ ହୋଇ ସାରିଥିଲା ।  ତେବେ ଲବ ବାହାର ରାଜ୍ୟକୁ ଗଲା ପରେ ମାନ୍ଦକୁ ଶଶୁର ଘର ହଇରାଣ କରିବା ଆରମ୍ଭ କରିଥଲେ ।  ବାଧ୍ୟ ହୋଇ ମାନ୍ଦର ମା ତାକୁ ଘରକୁ ନେଇ ଆସିଥିଲା । ଲବର ସ୍ତ୍ରୀ ସହିତ ଏଯାବତ୍ ଵିଵାହ ବିଚ୍ଛେଦ ହୋଈ ନଥିବା ବେଳେ ସେ କିଭଳି ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ରଖୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।  ତେବେ ଆଗକୁ ତାଙ୍କ ସ୍ତ୍ରୀ ଭରଣପୋଷଣ ନିମନ୍ତେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି  ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
  • କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ
  • ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
  • OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ ବଦଳି କଲେ ରାଜ୍ୟ ସରକାର
  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In