• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ଅପରେସନ ସିନ୍ଦୂର’ ସମର୍ଥନ ରେ ପରାକ୍ରମ ଶୋଭାଯାତ୍ରା

by Voice of Victims
May 24, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
‘ଅପରେସନ ସିନ୍ଦୂର’ ସମର୍ଥନ ରେ ପରାକ୍ରମ ଶୋଭାଯାତ୍ରା

ବାଲେଶ୍ବର (ଭିଓଭି), ୨୪l୫: ପହେଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ ଏବଂ ଆତଙ୍କବାଦୀଙ୍କୁ ସଂରକ୍ଷଣ ଓ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୁଦ୍ଧରେ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଅଭିଯାନକୁ ସମର୍ଥନ ଜଣାଇ ‘ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ, ରେମୁଣା’ ପକ୍ଷରୁ ଆଜି ବିଶାଳ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝିପିଝିପି ବର୍ଷା ସତ୍ତ୍ବେ ବାଲେଶ୍ଵର ଜିଲ୍ଲା ରେମୁଣା ଅଞ୍ଚଳର ଶହ ଶହ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୫ଟାରେ ଶୋଭାଯାତ୍ରା ରେମୁଣା ମନ୍ଦିର ଛକରୁ ବାହାରି ରେମୁଣା ବଜାର ଅତିକ୍ରମ କରି ହାତୀଆଗଣ୍ଡ ଛକ ପର୍ଯ୍ୟନ୍ତ ଯାଇଥିଲା ।

‘ଦେଶ ସୁରକ୍ଷାରେ ପ୍ରତ୍ୟେକ ନାଗରିକ’ ବାର୍ତ୍ତା ନେଇ ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଶହ ଶହ ମହିଳା ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାକୀ ଜୟ, ବନ୍ଦେ ମାତରମ, ଆତଙ୍କ ବାଦ ମୁର୍ଦାବାଦ, ପାକିସ୍ତାନ ମୁର୍ଦାବାଦ, ଭାରତୀୟ ସେନା ଜିନ୍ଦାବାଦ ନାରା ଦେଇ ଶୋଭାଯାତ୍ରା ଅତିକ୍ରମ କରିଥିଲା । ଏହି ଶୋଭାଯାତ୍ରାରେ ଏକ ସହ ମିଟର ର ଏକ ତ୍ରିରଙ୍ଗା ମଧ୍ଯ ଶୋଭା ପାଇଥିଲା।

ଶୋଭାଯାତ୍ରାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଏନଏସି ନିର୍ବାହୀ ଅଧୂକାରୀ କମଲ ବିହାରୀ ଦାସ, ଭାରପ୍ରାପ୍ତ ବିଡିଓ ଉତମ ଜେନା, ତହସିଲଦାର ଭର୍ତ୍ତୃହରି ଭୂୟାଁ, ବିଜେପି ଜିଲ୍ଲା ସଭାପତି ଈଶ୍ଵର ଚନ୍ଦ୍ର ବେହେରା, ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସାଂସଦଙ୍କ ପ୍ରତିନିଧ ଉମାକାନ୍ତ ପଣ୍ଡା, ମହେଶ୍ଵର ପ୍ରଧାନ, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ଯୁବ ନେତା ନାରାୟଣ ମହାନ୍ତ, ରାଜେଶ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଶୋଭାନା ମହାନ୍ତି, ଏନଏସି ସଭାପତି ମାୟାଧର ପ୍ରଧାନ, ପୂର୍ବତନ ସଭାପତି କାହ୍ନୁଚରଣ ବେହେରା, ମଣ୍ଡଳ ସଭାପତି ରଘୁନାଥ ପରିଡ଼ା, ମାନସ ମହାନ୍ତି, ବିବେକ ବିକାଶ ରାଉତ, ପୂର୍ବତନ ମଣ୍ଡଳ ସଭାପତି ବିଭୂତି ଭୂଷଣ ସେନାପତି, କାଉନସିଲର ଶିବଶଙ୍କର ରୟ, ରାମଚନ୍ଦ୍ର ନାୟକ, ମହେଶ୍ଵର ଗିରି ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
  • କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ
  • ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
  • OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ ବଦଳି କଲେ ରାଜ୍ୟ ସରକାର
  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In