• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

by Voice of Victims
May 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ନିର୍ମାଣ ହେବାକୁ ଥିବା ଉଚ୍ଚାଭିଳାଷୀ ଉପକୂଳବର୍ତ୍ତୀ ରାଜପଥର ଟେଣ୍ଡରକୁ ଅଚାନକ ବାତିଲ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରକଳ୍ପର ଭିତ୍ତିପ୍ରସ୍ତରକୁ ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନାହିଁ ଓ ଏବେ ଟେଣ୍ଡର ବାତିଲ ପରେ, ଏହାର ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । ତେଣୁ, ବିଜେପିର ଡବଲ ଇଞ୍ଜିନ ଡବଲ ବିକାଶ ନାରା ଡବଲ ଧୋକାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ଭାରତମାଳା ପ୍ରକଳ୍ପର ଅଂଶ ଭାବେ, ଓଡ଼ିଶାରେ ପ୍ରାୟ ୪୧୩ କିଲୋମିଟର ଲମ୍ୱର ଉପକୂଳବର୍ତ୍ତୀ ରାଜପଥ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା, ଜୁଲାଇ ୯ ତାରିଖରେ, ପିପିଲି ଠାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଘୋଷଣା କରିଥିଲେ ।

ଏହି ପ୍ରକଳ୍ପ ସହିତ, ରତନପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ ରାଜପଥ ଭାବେ ମାନ୍ୟତା ଦେଇ ଏହାକୁ ଉପକୂଳ ରାଜପଥ ସହିତ ସଂଯୋଗ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ, ରାଜ୍ୟର ଭିତ୍ତିଭୂମି, ଗମନା ଗମନ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହିତ ରାଜ୍ୟ ପାଇଁ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ ବୋଲି କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ, ଏହି ପ୍ରକଳ୍ପର ଦୂରତା ୪୧୩ କିମିରୁ ୩୪୬ କିମିକୁ କମାଇ ଦିଆଯାଇଥିଲା । ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ ୧୭୬ କିମି ୪ ଲେନ୍ ବିଶିଷ୍ଟ ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅପରପକ୍ଷରେ, ରତନପୁର ଠାରୁ ୧୭୦ କିମି ରାସ୍ତା ନିର୍ମାଣର ଡିପିଆର ପ୍ରସ୍ତୁତି ସ୍ତରରେ ଅଟକି ରହିଛି । ଏହି ପ୍ରକଳ୍ପର କାମ ଆଗେଇବାରେ ଅହେତୁକ ବିଳମ୍ୱ ହୋଇଥିବା ବେଳେ, ଟେଣ୍ଡରକୁ ଅଚାନକ ବାତିଲ କରିବା, ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି ।

Post Views: 144
Share200Tweet125Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
  • କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ
  • ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
  • OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ ବଦଳି କଲେ ରାଜ୍ୟ ସରକାର
  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In