• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି, ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲା କେନ୍ଦ୍ର

by Voice of Victims
May 28, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି, ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାର ଧାନ, କପା, ସୋୟାବିନ୍ ଏବଂ ମଟର ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି ।

ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର ହୋଇଛି ।  ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ୬୯ ଟଙ୍କା ଅଧିକ। କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି । କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି ।  ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ।  ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ ।

ଏଥର ୨୦୨୫-୨୬ ଖରିଫ ଋତୁ ପାଇଁ ଏମଏସପିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।  ମୋଟ ବ୍ୟୟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି । ସେହିଭଳି କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ୨୦୨୫-୨୬ ପାଇଁ କିଷାନ କ୍ରେଡିଟ୍ କାର୍ଡ ସୁଧ ସବସିଡି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୁଧ ସବସିଡି ଯୋଜନା (MISS) ଜାରି ରଖିବାକୁ ଅନୁମୋଦନ ମିଳିଛି । ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ମଧ୍ୟ ସ୍ଥିର ହୋଇଛି ।  ଏହି ଯୋଜନା କିଷାନ କ୍ରେଡିଟ୍ କାର୍ଡ (KCC) ମାଧ୍ୟମରେ ଚାଷୀମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ରହିଛି ।

Post Views: 72
Share197Tweet123Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In