• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କର୍ଣ୍ଣାଟକରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୭୧ ଲୋକ ମୃତ

by Voice of Victims
June 1, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କର୍ଣ୍ଣାଟକରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୭୧ ଲୋକ ମୃତ

କର୍ଣ୍ଣାଟକ: କର୍ଣ୍ଣାଟକରେ ଅଧିକ ବର୍ଷା ଯୋଗୁଁ ୭୧ ଲୋକଙ୍କ ପ୍ରାଣହାନୀ ଘଟିଛି । ଏହା ସହିତ ୧୯.୩୨ ଲକ୍ଷ ଲୋକଙ୍କ ଜୀବନ ବିପଦରେ ଥିବା ଅନୁମାନ କରାଯାଉଛି । ରାଜ୍ୟରେ ଏପ୍ରିଲ ମାସଠାରୁ ଲଗାତାର ଆଗୁଆ ମୌସୁମୀ ଆରମ୍ଭ ହୋଇଛି । ଅତ୍ୟଧିକ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଯେଉଁଥି ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶୁକ୍ରବାର ଆଲୋଚନା ବୈଠକର ଆୟୋଜନ କରିଥିଲେ ।

ସୂଚନାନୁଯାୟୀ, ମେ ମାସ ମଧ୍ୟରେ କର୍ଣ୍ଣାଟକରେ ୧୦୮ ମିମି ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ମେ ୨୯ ତାରିଖ ମଧ୍ୟରେ ୨୭୦ ମିମି ବର୍ଷା ହୋଇଥିଲା । ଯାହା ୧୫୦ ପ୍ରତିଶତ ଅଧିକ ରହିଥିଲା । ୧୨୫ ବର୍ଷ ମଧ୍ୟରେ ବର୍ଷାର ପ୍ରତିଶତ  ସର୍ବାଧିକ ବୋଲି ବୈଠକରେ ସିଦ୍ଧରମୈୟା କହିଥିଲେ । ଏହା ସହିତ ସିଦ୍ଧରମୈୟା କହିଛନ୍ତି ଯେ,  ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଏବଂ ୧୦୦୦ କୋଟି ଟଙ୍କା ରହିଛି । ଡିସି ଏବଂ ସିଇଓଙ୍କୁ ସମସ୍ତ ସ୍ଥାନ ବୁଲି ରିଲିଫ୍ ପ୍ରୟାସ ତଦାରଖ କରିବାକୁ ଦେ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ପଦକ୍ଷେପ ନ ନେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦେଇଥିଲେ ।”ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ସରକାର ୧.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏପରି ପରିବାର ପାଇଁ ଏକ ନୂତନ ଘର ନିର୍ମାଣ କରାଯିବ, ଯାହା ପାଇଁ ଡିସିମାନଙ୍କୁ ପଦକ୍ଷେପ ନେବାକୁ ପଡିବ,” ସିଦ୍ଧରମୈୟା କହିଛନ୍ତି । ଏପଟେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ବିଭାଗକୁ ନେଇ ଟାସ୍କଫୋର୍ସ ଗଠନ କରିଛନ୍ତି । “ଯଦି ସମସ୍ତେ ମିଳିତ ଭାବରେ କାମ କରନ୍ତି, ତେବେ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପୂର୍ବ ବୈଠକରେ ସମସ୍ତ ହ୍ରଦ ଜବରଦଖଲ ଚିହ୍ନଟ କରିବା ପାଇଁ ସର୍ଭେ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ବେ ମଧ୍ୟ ୧୧ଜିଲ୍ଲାରେ ଜବରଦଖଲ ହଟାଇବାରେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଡିସି ଏବଂ ସିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ  ସିଦ୍ଧରମୈୟା ।

Post Views: 145
Share200Tweet125Send
Voice of Victims

Voice of Victims

Recent Posts

  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା
  • ଟ୍ବିନ ସିଟିରେ ଲଗାଣ ବର୍ଷା, ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ
  • ହରୀପ୍ରୀୟା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପାଳିତ ହେଲା ସ୍ୱାଧୀନତା ଦିବସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In