ପାକିସ୍ତାନ: ଭୂକମ୍ପରେ ଥରିଲା ପାକିସ୍ତାନ । ୨୪ଘଣ୍ଟାରେ ଲଗାତାର ଧରି ୮ଥର ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାକିସ୍ତାନୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଭୂକମ୍ପ ସମୟରେ ଲୋକ ଭୟରେ ଘରୁ ଦୌଡିଥିଲେ । କିଛି ସମୟ ପରେ ଲୋକ ତାଙ୍କ ଘରକୁ ଫେରିବା ପରେ ପୁଣି ଭୂକମ୍ପ ଅନୁଭୂତ ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ ଭୂକମ୍ପର ତୀବ୍ରତା ୨.୦ ରୁ ୩.୬ ମଧ୍ୟରେ ରହିଥିଲା ଶୁଣିବାକୁ ମିଳୁଛି ।

ସୂଚନାନୁଯାୟୀ, ସୋମବାର ସକାଳେ କରାଚୀରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂତ ପ୍ରାୟ ସନ୍ଧ୍ୟା ୫.୩୩ ମିନିଟରେ ହୋଇଥିବା ଏକ ରିପୋର୍ଟରୁ ସୂଚନା ମିଳିଛି । ଏହା ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ଖୋଖରାପାର, ମଲୀର, ଲାଂଘୀ, ଫ୍ୟୁଚର ମୋର,ଗୁଲ ଅହମଦ ଏବଂ ହସ୍ପିଟାଲ ଚୌରଙ୍ଗିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ କାହାର କ୍ଷୟକ୍ଷତି ହେବାର ସୂଚନା ନାହିଁ । ପୂର୍ବ ସପ୍ତାହରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪ରୁ ଅଧିକ ରହିଥିଲା । ଯାହା ସମସ୍ତ ତୀବ୍ରତାଠାରୁ ଶକ୍ତିଶାଳୀ ଥିଲା ।
ଏପଟେ ଭୂମିକମ୍ପ ଯୋଗୁଁ ଜେଲର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହା ପରେ କଏଦୀମାନେ ଏହି କାନ୍ଥକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ପ୍ରାୟ ୨୦୦ କଏଦୀ ଜେଲରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଫଳରେ ସ୍ଥିତି ଅସମ୍ଭାଳ ହେବାରୁ ଗୁଳି ଚାଳନା ହୋଇଥିଲା । ଯାହା ପରେ ପାଖରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
