• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ବେଳେ ଦଳାଚକଟା, ୧୦ ମୃତ

by Voice of Victims
June 5, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ବେଳେ ଦଳାଚକଟା, ୧୦ ମୃତ

ବେଙ୍ଗାଲୁରୁ : ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି । ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।

ଖବର ମୁତାବକ, ଆରସିବିର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଷ୍ଟାଡିୟମ ବାହାରେ ଶତାଧିକ ଫ୍ୟାନ୍ସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମକୁ କେବଳ ଟିକେଟ ଏବଂ ପାସ୍ ଧାରୀଙ୍କୁ ଏଣ୍ଟ୍ରି ପାଇଁ ସୁଯୋଗ ଦେଇଛି । ଏପରି ସ୍ଥଳେ ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଲାଗିରହିଛି । ପୋଲିସ ଏମାନଙ୍କୁ କାବୁ କରିବା ପାଇଁ ଲାଠିଚାର୍ଜ କରିବା ପରେ ଦଳାଚକଟା ଆରମ୍ଭ ହୋଇଛି ।

୧୮ ବର୍ଷ ପରେ RCB IPL ଚାମ୍ପିଅନ ହୋଇଛି ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ। ଘଟଣାରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ପରେଡରେ ସାମିଲ ହୋଇଥାଆନ୍ତା । ତେବେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟି ରଖି ବେଙ୍ଗାଲୁରୁ ପୁଲିସ ଚାମ୍ପିଅନ ଆରସିବି ଦଳକୁ ବିଜୟ ପରେଡ୍ ପାଇଁ ଅନୁମତି ଦେଲା ନାହିଁ।  ଷ୍ଟାଡିୟମରେ ହେବାକୁ ଥିବା ସମ୍ବର୍ଦ୍ଧନା ସମାରୋହ ପାଇଁ ଲୋକମାନଙ୍କୁ ଭିଡ଼ରୁ ବର୍ତ୍ତିବା ପାଇଁ ମେଟ୍ରୋ ଏବଂ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ଷ୍ଟାଡିୟମ ବାହାରେ ଗାଡି ପାର୍କିଂର ସୁବିଧା ନାହିଁ । ତେଣୁ କେବଳ ଟିକେଟ ଏବଂ ପାସ୍ ଧାରୀଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିବ ବୋଲି ପୋଲିସ କହିଥିଲା । ତଥାପି ଷ୍ଟାଡିୟମ ବାହାରେ ଏଭଳି ଘଟଣା ଘଟିଗଲା ।

Post Views: 139
Share200Tweet125Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In