• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜେଲରୁ ମୁକୁଳିବେ ଇମ୍ରାନ!, ହାଇକୋର୍ଟରେ ହେବ ମାମଲାର ଶୁଣାଣି

by Voice of Victims
June 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଜେଲରୁ ମୁକୁଳିବେ ଇମ୍ରାନ!, ହାଇକୋର୍ଟରେ ହେବ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଜେଲରୁ ମୁକୁଳିବେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ବୁଧବାର ଜେଲରୁ ବାହାରିବା ନେଇ ଇମ୍ରାନଙ୍କ ଦଳ PTIର ବରିଷ୍ଠ ନେତା ସୂଚନା  ଦେଇଛନ୍ତି ।   ଅଗଷ୍ଟ ୨୦୨୩  ମସିହାରୁ ପାକିସ୍ତାନର ଆଦିଆଲା ଜେଲରେ ଅଛନ୍ତି ଇମ୍ରାନ।  ଆସନ୍ତା ୧୧ ତାରିଖରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାର ଶୁଣାଣି କରିବେ ।  ଏହି ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବା PTI ପକ୍ଷରୁ କୁହାଯାଇଛି ।  ୧୯୦ ମିଲିୟନ ପାଉଣ୍ଡ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଓ ତାଙ୍କ ପତ୍ନୀ ବୁସରା ବିବିଙ୍କ ଦଣ୍ଡକୁ ରଦ୍ଦ କରିବାକୁ ଇସଲାମାବାଦ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି ।

ସୂଚନାନୁଯାୟୀ, ଜୁନ୍ ୧୧ ତାରିଖ ଦିନ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କାରଣ ସେହି ଦିନ ଇମ୍ରାନ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏହା ସହିତ ଇସଲାମାବାଦ ହାଇକୋର୍ଟ ଅଲ୍-କାଦିର ଟ୍ରଷ୍ଟ ମାମଲାର ଆବେଦନ ଶୁଣାଣିକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

ସେପଟେ ଗୌହର ଅଲି ଖାନ କହିଛନ୍ତି ଯେ, ପିଟିଆଇ ବିରୋଧୀ ଦଳଗୁଡିକ ସହିତ ମିଶି ଏକ ଆନ୍ଦୋଳନ କରିବ । ଯାହାର ନେତୃତ୍ୱ ଇମ୍ରାନ ଖାନ ନେବେ । ଏହା ବ୍ୟତୀତ ପିଟିଆଇ ଆଗାମୀ ବଜେଟ୍ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଯାହା ଜୁନ ୯ ପ୍ରେସମିଟରେ ଆୟୋଜିତ ହେବାର ସୂଚନା ମିଳୁଛି । ଅନ୍ୟପଟେ ଗୌହର ଦାବି କରିଛନ୍ତି ଯେ, ଖମ୍ରାନଙ୍କ ଉପରେ ଚାପ ପପକାଇବା ପାଇଁ ବୁଶୁରା ବିବିଙ୍କୁ ବିନା ଅଭିଯୋଗରେ ଜେଲରେ ରଖାଯାଇଛି । ସେ ପିଟିଆଇରେ ଗୁଜବ ମତଭେଦକୁ ଖାରଜ କରିଛନ୍ତି ।

କିଛି ଦିନ ପୂର୍ବରୁ ଜେଲରେ ତାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ଆଲୋଚନା ହେଉଥିଲା । ପୂର୍ବ ରିପୋର୍ଟରେ ଦିଆଯାଇଥିବା ସ୍ବାସ୍ଥ୍ୟାବସ୍ଥା ଯାହା ଇଙ୍ଗିତ କରିଛି ସେହି ଯାଞ୍ଚରେ ଅଭାବ ରହିଛି । ବର୍ତ୍ତମାନ ଯାଞ୍ଚ କରିବା ମେଡିକାଲ ରିପୋର୍ଟକୁ ପାକିସ୍ତାନୀ ଅଧିକାରୀ ଏବଂ ତଥ୍ୟ-ଯାଞ୍ଚକାରୀମାନେ ଖଣ୍ଡନ କରିଛନ୍ତି ।

Post Views: 141
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In