• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅହମଦାବାଦ ବିମାନ ଦୁର୍ଘଟଣା : ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବ ଆମେରିକା, ଦୁଃଖ ପ୍ରକାଶ କଲେ ଟ୍ରମ୍ପ

by Voice of Victims
June 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଅହମଦାବାଦ ବିମାନ ଦୁର୍ଘଟଣା : ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବ ଆମେରିକା, ଦୁଃଖ ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ଭାରତକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବିମାନ ଦୁର୍ଘଟଣାର ଇତିହାସରେ ଏହା ସବୁଠାରୁ ଭୟଙ୍କର ଦୁର୍ଘଟଣା ବୋଲି ସେ କହିଛନ୍ତି । ଏହା ସହ କିଛି ସହଯୋଗ ଲୋଡିଲେ ଆମେରିକା ତୁରନ୍ତ ସହଯୋଗ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛନ୍ତି । ଏହା କିପରି ଘଟିଲା ତାହା ଜଣାପଡୁନାହିଁ । ବିମାନ ଉଡ଼ାଣ ଭରିବା ଦେଖି ଏହା ଠିକ ଭାବେ ଉଡୁଥିବା ଲାଗୁଥିଲା । କିନ୍ତୁ ହଠାତ ଏହାର ଇଞ୍ଜିନ ଅକାମୀ ହୋଇ ବିସ୍ଫୋରଣ ଘଟିଥିବା ଲାଗୁଛି ବୋଲି କହିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ,  ଜୁନ୍ ୧୨, ୨୦୨୫ରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡ଼ାଣ କରିଥିଲା ।

ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି । ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In