• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ, କହିଲେ- ହଠାତ୍ ଏତେ ଲୋକଙ୍କ ଜୀବନ ଚାଲିଯିବା ଅବର୍ଣ୍ଣନୀୟ’

by Voice of Victims
June 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ, କହିଲେ- ହଠାତ୍ ଏତେ ଲୋକଙ୍କ ଜୀବନ ଚାଲିଯିବା ଅବର୍ଣ୍ଣନୀୟ’

ନୂଆଦିଲ୍ଲୀ: ସାରା ଦେଶକୁ ସ୍ତବ୍ଧ କରିଛି ଅହମଦାବାଦର ଭୟାବହ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬୫କୁ ବୃଦ୍ଧି ହୋଇଛି । ଏହାରି ଭିତରେ ଗୁଜରାଟର ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦର ପହଞ୍ଚି ସିଧାସଳଖ ମେଘାନୀନଗରଦୁର୍ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ ଉପସ୍ଥିତ ଥିଲେ। ଦୁର୍ଘଟଣାସ୍ଥଳରେ ୨୦ ମିନିଟ ରହି ସ୍ଥିତି ପରଖିଥିଲେ ।

ଏଥିସହ ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ ସହ ଆଲୋଚନା କରିଥିଲେ। ପରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲକୁ ଯାଇ ଦୁର୍ଘଟଣାରେ ବର୍ତ୍ତିଥିବା ବିଶ୍ୱାସ କୁମାର ରମେଶ ଓ ଅନ୍ୟ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ହସ୍ପିଟାଲରେ ୨୫ ଜଣ ଆହତଙ୍କର ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ର । ସେହିପରି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇଛନ୍ତି ମୋଦି । ଅହମ୍ମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ ବେଳେ ବିପର୍ଯ୍ୟୟର ଦୃଶ୍ୟ ମର୍ମାହତ କରିଥିବା ପିଏମ ଏକ୍ସରେ ପୋଷ୍ଟ କରିଛନ୍ତି ।

ସେହିପରି ରେସକ୍ୟୁ ଟିମକୁ ପ୍ରଶଂସା କରିଛନ୍ତି । ଦୁର୍ଘଟଣାରେ ପ୍ରାଣହରାଇଥିବା ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହା ପରେ ଅହମ୍ମଦାବାଦ ଏୟାରପୋର୍ଟରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଭୟଙ୍କର ଦୁର୍ଘଟଣାରେ ମର୍ମାହତ ବୋଲି କହିଛନ୍ତି ମୋଦି । ହଠାତ ଏତେ ଲୋକଙ୍କ ଜୀବନ ଯିବା ଶବ୍ଦ ବାହାରେ ବୋଲି କହିଛନ୍ତି ।

Post Views: 46
Share199Tweet125Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In