• About Us
  • Contact Us
Sunday, February 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଫିକା ପଡିବ ରଜ, ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରିରହିବ ବର୍ଷା: ପାଣିପାଗ ବିଭାଗ

by Voice of Victims
June 13, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
୬ ଓ ୭ ତାରିଖରେ ପ୍ରବଳ ବର୍ଷା!

ଭୁବନେଶ୍ୱର:  ଫିକା ପଡିବ ରଜ ।  ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରିରହିବ ବର୍ଷା । ବଦଳିଲା ପାଗ, ମୌସୁମି ବର୍ଷାରେ ଭିଜିବ ଓଡିଶା ।  ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ଜନିତ ବର୍ଷା । କିଛି କିଛି ଜିଲ୍ଲାରେ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆସନ୍ତାକାଲି ଠାରୁ ଦିନ ତାପମାତ୍ରା ରେ ହେବ ପରିବର୍ତ୍ତନ । ବଦଳିବ ପାଗ ଖସିବ ଆଉ ୨ରୁ ୩ଡିଗ୍ରୀ ଦିନ ତାପମାତ୍ରା ।

ସେପଟେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଗ ଅନୁକୂଳ ରହିଚି ମୌସୁମୀ କୁ ଆଗକୁ ବଢିବ ପାଇଁ ।  ଦୁଇ ଦିନ ମଧ୍ୟରେ ଓଡିଶାର କିଛି ଜିଲ୍ଲାରେ ମୌସୁମି ଜନିତ ବର୍ଷା ହେବ ।  କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧାରଣ ବର୍ଷା ସହିତ ଆଉ କିଛି ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା ।  ଆସନ୍ତାକାଲି ପାଇଁ ରାଜ୍ୟର କିଛି କିଛି ସ୍ଥାନ ମାନଙ୍କରେ ହାଲୁକା ରୁ ମଧ୍ୟମ ଧାରଣର ବର୍ଷା ଭିତରେ ନବରଙ୍ଗପୁର,କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ବିଭାଗ ।

ପୁଣି ଆସନ୍ତା ୧୫ ତାରିଖରୁ ମୌସୁମି ଜନିତ ବର୍ଷା ର ପରିମାଣ ବଢିବ । ଆସନ୍ତା ୧୮, ୧୯, ୨୦ ଏହି ତିନି ଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୮ ତାରିଖ ବେଳକୁ ମୟୂରଭଂଜ, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା ରେ ପ୍ରବଳ ବର୍ଷା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 
  • ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ, ରାଜପଥରୁ ଉଡ଼ିଲା ରାଫେଲ ଏବଂ ସୁଖୋଇ
  • ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ
  • ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ
  • କେନ୍ଦୁଝରରେ ହେବ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In