ପୁଣେ : ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ । ଇନ୍ଦ୍ରାୟାଣୀ ନଦୀ ଉପରେ ଥିବା ପାଦଚଲା ପୋଲ ଭୁଶୁଡିଲା । ଫଳରେ ୨୫ ଜଣ ପର୍ଯ୍ୟଟକ ଭାସିଯାଇଥିଲା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଯାଇଥିବା ଜଣାପଡିଛି । ଭାସିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ।

ଖବର ମୁତାବକ, ଘଟଣା ୩.୪୦ ମିନିଟରେ ଘଟିଛି । ପାଦଚଲା ପୋଲର ଅଧା ଭାଗ ଭାସିଯାଇଛି । ପୋଲ ଉପରେ ଅଧିକ ସଂଖ୍ୟକ ଲୋକ ରହିଥିଲେ । କିଛି ଲୋକଙ୍କୁ ଆଘାତ ଲାଗିଥିବା ବେଳେ କେତେ ଭାସିଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ କୁଣ୍ଡମାଲା ପାର ହେବା ପାଇଁ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି ।
ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ । ଲୋକମାନେ ପୋଲ ପାର୍ କରୁଥିବା ବେଳେ ଭୁଶୁଡିପଡିଥିଲା । ଘଟଣାସ୍ଥଳରେ ପ୍ରାୟ ୨୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ କୌଣସି ଅସୁବିଧା ନହେବା ପାଇଁ ସମସ୍ତଙ୍କୁ ଘଟଣାସ୍ଥଳରୁ ହଟାଇ ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ପୋଲଟିର ଖରାପ ଅବସ୍ଥା ବିଷୟରେ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଥିଲା, କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ।
