• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପେରୁରେ ଶକ୍ତିଶାଳୀ ଭୂକମ୍ପ, ଜଣେ ମୃତ ୫ ଆହତ

by Voice of Victims
June 16, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ନୂଆଦିଲ୍ଲୀ: ପେରୁରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ଅର୍ଥାତ୍ ରବିବାର ଦିନ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । ଭୂକମ୍ପର ତୀବ୍ରତା ୬.୧ । ଏହି ଭୂକମ୍ପରେ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଥିବାବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା ।

ସୂଚନାନୁଯାୟୀ, ଲିମା ଏବଂ ଏହାର ଆଖପାଖରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଫଳରେ ସମ୍ପର୍ଣ୍ଣ ପରିବେଶ ଧୂଳିମୟ ହୋଇଯାଇଥିଲା । ଯାହାର କେନ୍ଦ୍ରସ୍ଥଳ ଲିମାର ସଟେ ବନ୍ଦରଗାହ ସହରର କେଲାଓଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିଲା । ଭୂକମ୍ପର ତୀବ୍ରତା କିଛି ପରିମାଣରେ କମ୍ ଥିଲା ବୋଲି ଆମେରିକାର ଭୂବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି ।

ଏପଟେ ଲିମାରେ ଜଣେ ବ୍ୟକ୍ତିଙ୍କ କାର ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ସୁନାମି ପାଇଁ ଚେତାବନୀ ଜାରି କରାଯାଇ ନାହିଁ । ରାଷ୍ଟ୍ରପତି ଡିନା ବୋଲୁଆର୍ଟ ବାସିନ୍ଦାଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି । ପ୍ରଶାନ୍ତ ମହାସାଗରୀୟ ଉପକୂଳ ପ୍ରତି କୌଣସି ବିପଦ ନାହିଁ ବୋଲି ମଧ୍ୟ ଲୋକମାନଙ୍କୁ ଆଶ୍ୱସ୍ତ କରିଛନ୍ତି ରାଷ୍ଟ୍ରପତି । ଭୂକମ୍ପ କାରଣରୁ ଲିମାରେ ଖେଳାଯାଉଥିବା ଏକ ପ୍ରମୁଖ ଫୁଟବଲ୍ ମ୍ୟାଚ୍ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ ଶେଷଥର ପାଇଁ ପେରୁରେ ୨୦୨୧ ମସିହାରେ ବଡ଼ ଭୂମିକମ୍ପ ଘଟିଥିଲା । ଆମାଜନ ଅଞ୍ଚଳରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୧୨ ଜଣ ଆହତ ହୋଇଥିବାବେଳେ ୭୦ ରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In