ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବ ।

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ବିଦର୍ଭ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ପରିମାଣ ବଢିବା ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ କମିବା ସମ୍ଭାବନା ରହିଛି ।
ଏପଟେ, ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି , ଆଗକୁ ଅହୁରି ପ୍ରଭାବ ଦେଖିବାକୁ ମିଳିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ଯାହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ ଚଳିତ ବର୍ଷ ଓଡିଶାରେ ତାଠୁ ଅଧିକ ବର୍ଷା ହେବ । ଅର୍ଥାତ୍ ସ୍ଵଳ୍ପ ବୃଷ୍ଟାପାତ ନୁହେଁ ସ୍ଵଭାବିକଠୁ ଅଧିକ ବର୍ଷ ହୋଇପାରେ । ଯାହାକି ଚାଷ ଓ ଚାଷୀ ଭାଇମାନଙ୍କ ପାଇଁ ପୁରା ଅନୁକୁଳ ପାଗ ରହିବ । ଫଳରେ ଚାଷର କାର୍ଯ୍ୟ ସଠିକ ଭାବେ କରିବା ପାଇଁ ଆବଶ୍ୟକୀୟ ବୃଷ୍ଟିପାତ ବିଶେଷ କରି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗି ରହିବ ।
