ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଜୁନ୍ ୨୧ରୁ ୧୫ ଜୁଲାଇ ଯାଏଁ ୩ଟି ଅନ୍ତର୍ଜାତୀୟ ରୁଟରେ ନିଜର ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା ପାଇଁ ନିଆଯାଇଛି ।
ଏୟାର ଇଣ୍ଡିଆ ଏକ ବୟାନରେ କହିଛି କି, ଏହି ପଦକ୍ଷେପ ଦ୍ବାରା ଯାତ୍ରୀମାନଙ୍କ ସମୟ ଏବଂ ଅସୁବିଧାରୁ ସାମାନ୍ୟ ଆଶ୍ବସ୍ତି ଦେବ । ତେବେ ଏଭଳି ଅସ୍ଥାନୀୟ ନିଷ୍ପତ୍ତି ଜୁଲାଇ ୧୫ ଯାଏଁ ଲାଗୁ ହେବ । ୩ଟି ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ କରାଯାଇଛି । ଦିଲ୍ଲୀ-ନେରୋବି, ଅମୃତସର -ଲଣ୍ଡନ ଏବଂ ଗୋଆ-ଲଣ୍ଡନ ସାମିଲ ରହିଛି । ଏହାସହିତ ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ରାସ୍ତାରେ ୧୬ଟି ଅର୍ନ୍ତରାଷ୍ଟ୍ରୀୟ ଉଡ଼ାଣକୁ କମ୍ କରାଯାଇଛି ।

ତେବେ ଏହି ନିଷ୍ପତ୍ତି ଦୁଇଟି ମୁଖ୍ୟ କାରଣ ଯୋଗୁଁ ନିଆଯାଇଛି । ସମସ୍ତ ଉଡ଼ାଣ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରାଯାଉଛି । ଅର୍ନ୍ତରାଷ୍ଟ୍ରୀୟ ସେବାରେ ୧୫ ପ୍ରତିଶତ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଜୁନ୍ ୨୦ରୁ ଲାଗୁ ହେବ । ଡିଜିସିଏ ଏୟାର ଇଣ୍ଡିଆର ବୋଇଂ ୭୮୭-୮/୯ ବିମାନକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଯାଞ୍ଚ କାମ ଅଧା ସରିଛି । ଏହାହିତ ଏୟାର ଇଣ୍ଡିଆ ବୋଇଂ ୭୭୭ ବିମାନର ମଧ୍ୟ ଯାଞ୍ଚ କରିବ ।
ଏୟାର ଇଣ୍ଡିଆର ନିଷ୍ପତ୍ତି ପଛରେ ସିକ୍ୟୁରିଟି ଯାଞ୍ଚ, ଯାନ୍ତ୍ରିକ ତ୍ରୁଟି ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା କାରଣ ରହିଛି । ଗତ ଜୁନ୍ ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣା ସବୁଠାରୁ ବଡ଼ କାରଣ ବୋଲି କୁହାଯାଉଛି । ଯେଉଁ ଯାତ୍ରୀମାନେ ଏହାଦ୍ବାରା ପ୍ରଭାବିତ ହେବେ, ସେମାନଙ୍କୁ ସଂପୂର୍ଣ୍ଣ ରିଫଣ୍ଡ ମିଳିବ । ସେମାନେ ଯାତ୍ରା ପାଇଁ ଅନ୍ୟ ବିକଳ୍ପ ଦେଖିପାରିବେ । ତେବେ ବିମାନ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ସପ୍ତାହେ ମଧ୍ୟରେ ୮୦ରୁ ଅଧିକ ବିମାନ ବାତିଲ ହୋଇସାରିଛି ।
