ସତ୍ୟବାଦୀ (ଭିଓଭି) ତା ୨୧-୦୬-୨୦୨୫: ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତ ସିଂଘାକୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ର ବାସଗୃହ ସହ ଆସବାବପତ୍ର ଓ ଦରକାରୀ କାଗଜପତ୍ର ପୋଡି ସମ୍ପୂର୍ଣ ରୂପେ ଭସ୍ମୀଭୂତ ହେଇଯାଇଛି ।
ଖବର ପାଇ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ପୂରୀ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପରିବାର ସଦସ୍ୟ ଙ୍କୁ ଭେଟି କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ତହସିଲଦାର ଙ୍କୁ ଯଥା ଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ସହ ବାସଗୃହ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ ପଣ୍ଡା ମଧ୍ୟ ଶ୍ରୀ ସାମନ୍ତରାୟଙ୍କ ସହ ଉପସ୍ଥିତ ରହି ଆବଶ୍ୟକତା ଅନୁଯାୟୀ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ।
