ବାଲେଶ୍ଵର ,ବସ୍ତା ( ଭିଓଭି ) ୨୨/୬ : – ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲାଯିବା ଏବଂ ଗାଲୁଡିହି ବ୍ୟାରେଜ ରୁ ହଠାତ୍ ପାଣି ଛଡ଼ା ଯିବାରୁ ସୂବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେଥିପାଇଁ ଜଳେଶ୍ଵର , ବସ୍ତା , ବାଲିଆପାଳ , ଏବଂ ଭୋଗରାଇ ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଭାବରେ ଉପରୋକ୍ତ ବ୍ଲକରେ ସମୁଦାୟ ୨୧ ଟି ପଞ୍ଚାୟତର ୬୧ ଟି ଗାଁ ପ୍ରଭାବିତ ହୋଇଥିବାର ସୂଚନା ଦିଆଯାଇଛି ।
ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା କୁ ନେଇ ସ୍ଥାନୀୟ ବାସିନ୍ଦା ବିଭାଗୀୟ କତ୍ତୃପକ୍ଷ ଙ୍କୁ ଜଣାଇଛନ୍ତି । ଆଜି ଜଳସ୍ତର କମୁଥିବାରୁ ଲୋକମାନେ ନିଜର ଗୃହପାଳିତ ପଶୁମାନଙ୍କୁ ନେଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି ।
