• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ପାଇଁ ପୁଣି ବଢିଲା ଅଡୁଆ, ଜୁଲାଇ ୨୪ ଯାଏଁ ବନ୍ଦ ହେଲା ଭାରତୀୟ ଆକାଶମାର୍ଗ

by Voice of Victims
June 24, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନ ପାଇଁ ପୁଣି ବଢିଲା ଅଡୁଆ, ଜୁଲାଇ ୨୪ ଯାଏଁ ବନ୍ଦ ହେଲା ଭାରତୀୟ ଆକାଶମାର୍ଗ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ପାଇଁ ପୁଣି ବଡ଼ ଘୋଷଣା କରିଛି । ଭାରତ ପାକିସ୍ତାନ ବିମାନ ପାଇଁ ଏୟାରସ୍ପେସ ବନ୍ଦ ଅବଧିକୁ ୧ ମାସ ବଢାଇ ଦେଇଛି । ଏହାକୁ ଜୁଲାଇ ୨୪ ଯାଏଁ ବଢାଇ ଦିଆଯାଇଛି । ଏୟାରସ୍ପେସ୍ ବନ୍ଦ ନେଇ NOTAM ନୋଟିସ ଜାରି କରିଛି ନୂଆ ଦିଲ୍ଲୀ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ ଏବେ ମହଙ୍ଗା ହେବ । ପାକିସ୍ତାନର କୌଣସି ବିମାନ ଭାରତୀୟ ବାୟୁସୀମା ଦେଇ ଉଡ଼ାଣ କରି ପାରିବ ନାହିଁ । ପାକିସ୍ତାନରେ ପଞ୍ଜିକୃତ, ପରିଚାଳିତ ଏବଂ ଲିଜରେ ନେଇଥିବା ବିମାନ, ପାକିସ୍ତାନ ଏୟାର ଲାଇନ୍ସ ଏବଂ ସେନା ଉଡ଼ାଣ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ ।

ଭାରତୀୟ ଏୟାର ସ୍ପେସ ୩୦ ଏପ୍ରିଲରୁ ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ ପାଇଁ ବନ୍ଦ ରହିଥିଲା । କଶ୍ମୀର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ଭାରତ ସରକାର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ କରି ଅନେକ ପ୍ରତିବନ୍ଧକ ଲଗାଇଥିଲେ ।

ଭାରତ ଦ୍ବାରା ପାକିସ୍ତାନ ବିମାନ ପାଇଁ ବନ୍ଦ ହୋଇଥିବା ଏୟାର ସ୍ପେସ ପ୍ରଥମେ ୨୪ ମଇରେ ଖୋଲିବାର ଥିଲା । କିନ୍ତୁ ଏହାକୁ ବଢାଇ ୨୪ ଜୁନ୍ କରିଦିଆଯାଇଥିଲା । ଏବେ ନୂଆ ଏନଓଟିଏଏମ୍ ଅନୁଯାୟୀ, ଏହାକୁ ବଢାଇ ଜୁଲାଇ ୨୪ ଯାଏଁ କରିଦଆଯାଇଛି । ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା NIA ଏହି ମାମଲାରେ ଏକ ବଡ଼ ଖୁଲାସା କରିଥିଲା । ତଦନ୍ତରୁ ଏନଆଇଏ ଜାଣିବାକୁ ପାଇଥିଲା କି, ପାକ୍-ପ୍ରାୟୋଜିତ ଆତଙ୍କବାଦୀମାନଙ୍କୁ ଆକ୍ରମଣରେ ସ୍ଥାନୀୟ ଓଭରଗ୍ରାଉଣ୍ଡ କର୍ମୀ (OGW) ସହାୟତା କରିଥିଲେ । ଏହି ବ୍ୟକ୍ତି କେବଳ ଆତଙ୍କବାଦୀଙ୍କ ସହିତ ପର୍ଯ୍ୟଟକଙ୍କ ସ୍ଥାନ ସେୟାର କରିନଥିଲେ ବରଂ ଆକ୍ରମଣ ପରେ ସେମାନଙ୍କୁ ଖସିଯିବାରେ ମଧ୍ୟ ସାହାଯ୍ୟ କରିଥିଲେ ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In