• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହୀରାକୁଦ ପାଇଁ ବଢିଲା ଚିନ୍ତା, ସୁରକ୍ଷା ପାଇଁ ନିର୍ମାଣ ହେବ ୫ଟି ସ୍ପିଲୱେ

by Voice of Victims
June 24, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା

ଭୁବେନଶ୍ୱର: ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍‌ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ । 

ଦୁର୍ବଳ ହେଉଛି ହୀରାକୁଦ । କମିଲାଣି ଜଳଧାରଣ କ୍ଷମତା । ବୟସ ବଢ଼ିବା ସହ ହୀରାକୁଦ ବନ୍ଧର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଲାଣି । ବିଶେଷଜ୍ଞଙ୍କମାନେ ହୀରାକୁଦକୁ ନେଇ ଅନେକଥର ସତର୍କ କରାଇଲେଣି । ଆଉ ଏବେ ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ହୀରାକୁଦର ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ସରକାର । ହୀରାକୁଦ ଡ୍ୟାମ୍‌ରେ ଅତିରିକ୍ତ ୫ଟି ସ୍ପିଲୱେ କରିବାକୁ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ ମହାନଦୀ ବେସିନ ଓ ସେଚ ସଦନକୁ ଚିଠି ଲେଖିଛନ୍ତି ।  ଖୁବଶୀଘ୍ର ସେଣ୍ଟ୍ରାଲ ପ୍ରୋଜେକ୍ଟ ମ୍ୟାନେଜ ୟୁନିଟ୍ (ସିପିଏମଓୟୁ) ସହ ବୈଷୟିକ ପରାମର୍ଶ ଲାଗି ବୁଝାମଣା ସ୍ବାକ୍ଷର ହେବ ।

ହୀରାକୁଦର ବାମପାର୍ଶ୍ବରେ ସ୍ପିଲୱେ ନିର୍ମାଣ ହେବ । ପୂର୍ବରୁ ଏକ ଉଚ୍ଚସ୍ତରୀୟ ଟିମ ହୀରାକୁଦର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସ୍ପିଲୱେ ନିର୍ମାଣ ପାଇଁ ୮୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ହୀରାକୁଦର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୌଣସି ସମ୍ଭାବ୍ୟ ଅଘଟଣକୁ ଏଡାଇବା ଲାଗି ଡ୍ୟାମରେ ଥିବା ଆଂଶିକ ଫାଟକୁ ମରାମତି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ବର୍ଷ ବଢ଼ିବା ସହ ହୀରାକୁଦ ବନ୍ଧ ପାଇଁ ବିପଦ ବଢୁଛି । କିନ୍ତୁ ଏବେଠାରୁ ବିଶ୍ୱର ଏହି ଲମ୍ବା ବନ୍ଧକୁ ସୁରକ୍ଷିତ କରାନଗଲେ ଆଗକୁ ସ୍ଥିତି ଆହୁରି ଉତ୍କଟ ହେବ । ଜଳ ସଙ୍କଟ, ବିଦ୍ୟୁତ ସଙ୍କଟ ଭଳି ସାଂଘାତିକ ସ୍ଥିତିର ସାମ୍ନା କରିବ ଓଡ଼ିଶା । 

Post Views: 49
Share199Tweet125Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In