• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଗୌତମ ଆଦାନୀ, କଲେ ଆଲୋଚନା

by Voice of Victims
June 29, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଗୌତମ ଆଦାନୀ, କଲେ ଆଲୋଚନା

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି ଶିଳ୍ପ ଭିତ୍ତିକ ବିକାଶ, ସବୁଜ ଶକ୍ତି ବା ଗ୍ରୀନ ଓ ରିନିୱେବ୍‍ଲ ଏନର୍ଜିର ଉତ୍ପାଦନ ଏବଂ କୋଲ ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଆଲୋଚନା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଉତ୍କର୍ଷ ଓଡ଼ିଶା – ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନିକଟରେ ଗୋପାଳପୁର ବନ୍ଦରର ବିକାଶ ପାଇଁ ରାଜ୍ୟ ସରକାର ଏକ କନସେସନ୍‍ ଏଗ୍ରିମେଣ୍ଟ କରିଛନ୍ତି । ଏଥିରେ ଆଦାନୀ ଗ୍ରୁପ ପକ୍ଷରୁ ୧୬,୫୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ଗୋପାଳପୁର ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍‍ ଟନକୁ ବୃଦ୍ଧି ପାଇବ । ୫୦୦୦ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In