• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

by Voice of Victims
July 5, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର
ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ଘଟିଛି ବଡ଼ ଅଘଟଣ । ଏପରି ଅଘଟଣ ଶନିବାର ଦିନ ଦେଖିବାକୁ ମିଳିଛି । ପହଲଗାମ ରୁଟରେ ଶ୍ରଦ୍ଧାଳୁଙ୍କ କାଫିଲେରେ ଯାଉଥିବା ୩ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛି । ଏହି ଅଘଟଣରେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ବ୍ରେକ୍ ହୋଇଯିବାରୁ ଏପରି ଅଘଟଣ ଘଟିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି ।

ପବିତ୍ର ଅମରନାଥ ଗୁମ୍ଫାର ଏହି ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇଥିଲା । ୩୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଏବଂ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ହେବ । ୩,୮୮୮ ମିଟର ଉଚ୍ଚତାରେ ଥିବା ଏହି ପବିତ୍ର ଗୁମ୍ଫାରେ ପହଞ୍ଚିବା ପାଇଁ ଭକ୍ତମାନେ ଦୁଇଟି ରାସ୍ତା ଦେଇ ଯାଇପାରିବେ । ପହଲଗାମ ଏବଂ ବାଲତାଲ ରୁଟ୍ ରହିଛି । ଭକ୍ତମାନେ ସେମାନଙ୍କ ଇଚ୍ଛା ଅନୁସାରେ ଗୋଟିଏ ରୁଟ୍ ବାଛି ଯାଇପାରିବେ । ପହଲଗାମ୍ ରୁଟ୍ ଦେଇ ଯାତ୍ରା କରୁଥିବା ଭକ୍ତମାନେ ଚନ୍ଦନୱାରୀ, ଶେଷନାଗ ଏବଂ ପଞ୍ଚତରଣୀ ରାସ୍ତା ଦେଇ ପାଦରେ ଚାଲି ୪୬କିଲୋମିଟର ଯାତ୍ରା କରିବା ପରେ ପବିତ୍ର ଗୁମ୍ଫା ନିକଟରେ ପହଞ୍ଚି ପାରିବେ ।

ଏହାରି ମଧ୍ୟରେ ଶନିବାର ଦିନ କଡ଼ା ସୁରକ୍ଷା କରିବା ପରେ ମଧ୍ୟ କାଶ୍ମୀର ଅଭିମୁଖେ ଯାତ୍ରା କରିଥିଲା । ଏହି ଯାତ୍ରାରେ ୬,୯୭୯ ତୀର୍ଥଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨,୭୫୩ ତୀର୍ଥଯାତ୍ରୀ ବାଲତାଲ ବେସ୍ କ୍ୟାମ୍ପକୁ ଯାଇଥିଲେ । ୪,୨୨୬ ତୀର୍ଥଯାତ୍ରୀ ପହଲଗାମ ଅଭିମୁଖେ ଯାତ୍ରା କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଭଗବତୀ ନଗରରୁ କାଫିଲୋରେ ୩୧୨ ତୀର୍ଥଯାତ୍ରୀ ଗାଡ଼ି ମାଧ୍ୟମରେ ବାହାରିଥିଲେ ।

ଅନ୍ୟପଟେ ଅମରନାଥ ଯାତ୍ରା ଆରମ୍ଭହେବା ପରଠାରୁ ୨୬,୮୦୦ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି । ଏହି ଘଟଣା ପରେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଯାତ୍ରାରେ ସତର୍କତା ବୃଦ୍ଧି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହା ଦ୍ଵାରା ଦୁର୍ଘଟଣାର ଆଶଙ୍କାକୁ କମ୍ କରାଯାଇପାରିବ । ପୋଲିସ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା ନିୟମ ପାଳନ କରିବାକୁ ଏବଂ ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ବାଧ୍ୟତାମୂଳକ ଭାବରେ ମାନିବାକୁ ନିବେଦନ କରିଛି ।

Post Views: 86
Share201Tweet126Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In