ରଣପୁର, ୬/୭ : ଦର୍ପନାରାୟଣପୁରରେ ରଣପୁର ବନ ବିଭାଗ ଦ୍ୱାରା ବନମହୋତ୍ସବ ପାଳନ କରାଯାଇଥିଲା । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସମ୍ବନ୍ଧରେ ସଚେତନ ବାର୍ତ୍ତା ଦେଇଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀ, ଅଧିକାରୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।
ସୂର୍କାବାଡିରେ ନୂଆ ଶୀତଳ ଭଣ୍ଡାର ଉଦଘାଟିତ
ସୂର୍କାବାଡି ଠାରେ ଏକ ୧୦ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ର ଶୁଭ ଉଦଘାଟନ ବାଚସ୍ପତିଙ୍କ ଦ୍ୱାରା କରାଯାଇଛି | ଏହି ଭଣ୍ଡାର ମାଧ୍ୟମରେ ଚାଷୀମାନେ ତାଙ୍କ ଉତ୍ପାଦନ କ୍ଷୟ ହୋଇଯିବା ଠାରୁ ବଞ୍ଚିପାରିବେ ବୋଲି ବିଶ୍ୱାସ କରାଯାଉଛି।

ବ୍ଯାଙ୍କ ଅଫ ଇଣ୍ଡିଆ ର ନୂଆ ଶାଖା ସୂର୍କାବାଡି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଶୁଭାରମ୍ଭ
ସୂର୍କାବାଡି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବ୍ଯାଙ୍କ ଅଫ ଇଣ୍ଡିଆ ର ଏକ ନୂଆ ଶାଖା ଉଦଘାଟନ ମଧ୍ୟ ବାଚସ୍ପତିଙ୍କ କରକମଳରେ କରାଯାଇଛି। ଏହି ବ୍ୟାଙ୍କ ଶାଖା ଅଞ୍ଚଳବାସୀଙ୍କୁ ବିତ୍ତୀୟ ସୁବିଧା ଦେବା ସହ ବୃଦ୍ଧିମାନ ବ୍ୟାପାର ବଢ଼ିବାରେ ସାହାଯ୍ୟ କରିବ।
ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ଅନେକ ସ୍ଥାନୀୟ ବ୍ୟକ୍ତିମାନେ ସ୍ୱଇଚ୍ଛା ଭାବରେ ସହଯୋଗ କରିଥିଲେ। ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ନିର୍ମଳ କୁମାର ମତ୍ତଗଜସିଂହ, ଗଣେଶ୍ଵର ମାନ୍ଧାତା, ସୁଶାନ୍ତ ବେହେରା, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଫୁଲ୍ଲ ମଣ୍ଡଳ, ମନୋଜ ପାତ୍ର ଓ ଜିତେନ୍ଦ୍ର ନାୟକ ଙ୍କ ଏହି କାର୍ଯକ୍ରମଗୁଡିକରେ ସହଯୋଗ କରିଥିଲେ I

