କଟକ : ପରିବା ଦର ଆକାଶ ଛୁଆଁ । କିଏ ୮୦ ତ କିଏ ୧୦୦ । ଆଜି କଟକ ଛତ୍ର ବଜାର ଅର୍ବାନ ହାଟରେ ଉଚ୍ଚ ରହିଛି ପରିବା ଦର । କାଙ୍କଡ଼ କେଜି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ ୮୦ ଟଙ୍କାରେ ବିକ୍ରି ହେଉଛି । ଦେଶୀ ପୋଟଳ କେଜି ୭୦ ଟଙ୍କା । ସଜନା ଛୁଇଁ ୧୦୦ ଟଙ୍କାରେ ବିକ୍ରି ହେଉଛି । କୋବି ଗୋଟା ୬୦ ଟଙ୍କଳା ଥିବା ବେଳେ ଝୁଡ଼ଙ୍ଗ କେଜି ରହିଛି ୬୦ ଟଙ୍କା । ଟମାଟୋ କେଜି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । କେବଳ ଭଣ୍ଡା ଆଉ କୁନ୍ଦୁରି ୩୦ ଟଙ୍କା ଭିତରେ ରହିଛି।

ତେବେ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।
