• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଭକ୍ତି ଓ ଏକତାର ପ୍ରତୀକ ଶ୍ରୀରାମ ଜନ୍ମଭୂମି ମନ୍ଦିର

by Voice of Victims
January 21, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଭକ୍ତି ଓ ଏକତାର ପ୍ରତୀକ ଶ୍ରୀରାମ ଜନ୍ମଭୂମି ମନ୍ଦିର

ନୂଆଦିଲ୍ଲୀ: କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି। ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ। ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିପରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି। ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂପ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି। ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର(ସ୍ୟାଣ୍ଡ ଷ୍ଟୋନ)ରେ ନିର୍ମିତ। ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥର (ପିଙ୍କ୍ ସାଣ୍ଡ ଷ୍ଟୋନ) ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି। ଏହି ଅବଦାନ କେବଳ ନିର୍ମାଣ ସାମଗ୍ରୀରେ ସୀମିତ ହୋଇନାହିଁ। ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି। ଏହି ଘଣ୍ଟି ମନ୍ଦିରରେ ଐଶ୍ୱରୀୟ ସଙ୍ଗୀତର ରାଗ ତୋଳିବ। ଏହି ପ୍ରକାଣ୍ଡ ଘଣ୍ଟି ସହିତ ଗୁଜରାଟ ମଧ୍ୟ ଅଯୋଧ୍ୟ ଶ୍ରୀରାମ ମନ୍ଦିରକୁ ୭୦୦ କେଜିର ଏକ ଆକର୍ଷଣୀୟ ରଥ ପ୍ରଦାନ କରିଛି। ସର୍ବଭାରତୀୟ ଦରବାର ସମାଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ନଗାଡା ଶୈଳୀରେ ଖୋଦିତ ପଥର ରଥ ନିର୍ମାଣ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ କୃଷ୍ଣ ପଥରରେ ତିଆରି ହୋଇଛି ଏବଂ ଏହି ପଥର ଆସିଛି କର୍ଣ୍ଣାଟକରୁ। ଅରୁଣାଚଳ ପ୍ରଦେଶର ହିମାଳୟ ପାଦଦେଶ ଓ ତ୍ରିପୁରାରୁ ସଂଗୃହୀତ ମୂଲ୍ୟବାନ କାଠାରୁ ତିଆରି ହୋଇଛି ମନ୍ଦିରର ଦ୍ୱାର। ଏହା ସହିତ ରହିଛି ହସ୍ତତନ୍ତ ନିର୍ମିତ ସୁନ୍ଦର ରଙ୍ଗୀନ ବସ୍ତ୍ର ଯାହା ପ୍ରବେଶ ପଥରେ ଲାଗିବ। ସୁରମ୍ୟ ମନ୍ଦିର ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀର ତାଲିକା ଏତିକିରେ ଶେଷ ହୋଇନାହିଁ। ଉତ୍ତର ପ୍ରଦେଶରୁ ଆସିଛି ପିତ୍ତଳ ଉପକରଣ, ମହାରାଷ୍ଟ୍ର ଯୋଗାଇଛି ପାଲିସ ହୋଇଥିବା ଶାଗୁଆନ କାଠ। ରାମନ୍ଦିରର କାହାଣୀ କେବଳ ସାମଗ୍ରୀ ଓ ତାହାର ଭୌଗୋଳିକ ଉତ୍ପତ୍ତିସ୍ଥଳରେ ସୀମିତ ହୋଇ ରହିନାହିଁ। ସମଗ୍ର ଦେଶରୁ ଅଗଣିତ ପ୍ରତିଭାବାନ କାରିଗର, ଶିଳ୍ପୀ ଓ ନିର୍ମାଣକାରୀ ଏହି ପବିତ୍ର ପ୍ରୟାସରେ କାୟ ମନ ବାକ୍ୟରେ ସାମିଲ ହୋଇ ନିଜ କୁଶଳତା ବିନିଯୋଗ ପର୍ଯ୍ୟନ୍ତ ଏହାକୁ ସରସ ସୁନ୍ଦର କରିଛନ୍ତି। ରାମ ମନ୍ଦିର ଅଯୋଧ୍ୟାର ଏକ କୀର୍ତ୍ତିରାଜି କେବଳ ନୁହେଁ, ଏହା ଭାରତର ବିଶ୍ୱାସର ଏକୀକରଣ ଶକ୍ତିର ଏକ ଜୀବନ୍ତ ଉଦାହରଣ। ମନ୍ଦିରର ପ୍ରତ୍ୟେକ ଶୀଳା, ପ୍ରତ୍ୟେକ ଖୋଦେଇ, ପ୍ରତ୍ୟେକ ଘଣ୍ଟି, ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଓ ବସ୍ତ୍ର “ଏକ ଭାରତ ଶ୍ରେଷ୍ଠ ଭାରତ”ର ବାର୍ତ୍ତା ବହନ କରେ। ଏହା ଭୌଗୋଳିକ ସୀମାରେଖାକୁ ଅତିକ୍ରମ କରିବା ସହିତ ଏକ ସମ୍ମିଳିତ ଆଧ୍ୟାତ୍ମିକ ଯାତ୍ରାରେ ଅଗଣିତ ହୃଦୟକୁ ଏକତ୍ର କରୁଛି।

Post Views: 261
Share200Tweet125Send
Voice of Victims

Voice of Victims

Recent Posts

  • ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
  • କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା
  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In