ବାଲେଶ୍ଵର (ଭିଓଭି),୫/୯ – ଆଜି ହରୀପ୍ରୀୟା ଇଂରାଜୀ ଭାଷା ବିଦ୍ୟାଳୟ ର କୁନି କୁନି ପିଲାମାନେ ପବିତ୍ର ଗୁରୁଦିବସ ପାଳନ କରିଛନ୍ତି । ସକାଳ ୭.୩୦ ମିନିଟ୍ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁପ କୁମାର ପରିଡା ସମଗ୍ର ଶିକ୍ଷକ ସମାଜର ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ଏହି ମହାନ ବ୍ୟକ୍ତି ଙ୍କ ଜନ୍ମ ଦିନକୁ ସମଗ୍ର ଭାରତବର୍ଷରେ ଗୁରୁଦିବସ ଭାବରେ ପାଳନ କରାଯାଏ ବୋଲି ସେ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ କହିଲେ ।

ଶିଶୁମାନେ ବିଦ୍ୟାଳୟ ର ଶିକ୍ଷକ, ଏବଂ ଶିକ୍ଷୟିତ୍ରୀ ଙ୍କୁ ପୂଜନ କରିବା ପରେ ନିଜେ ତିଆରି କରିଥିବା ହସ୍ତକର୍ମ କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଟ୍ରଷ୍ଟ ର ମୁଖ୍ୟ କ୍ଷଣପ୍ରଭା ମହାନ୍ତି ଉପସ୍ଥିତ ରହି କେକ୍ କାଟିଲେ ଏବଂ ପିଲାମାନଙ୍କୁ ଚକୋଲେଟ ଏବଂ ବିସ୍କୁଟ ବଣ୍ଟନ କଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା , ରଶ୍ମିତା ରାଉତ , ସୈ।ଜାମିନି ବେହେରା , ରଚିତା କୋୟଲ ଉପସ୍ଥିତ ଥିଲେ । ଶେଷରେ ଟ୍ରଷ୍ଟ ର ସଭ୍ୟ ଡ଼ଃ ଅମୀୟ କୁମାର ତାଲଦୀ ଧନ୍ୟବାଦ ଅର୍ପଣ କଲେ । ଆୟା ନସିମା ଏବଂ ବର୍ଷା ସହଯୋଗ କରିଥିଲେ ।
